କରୋନା ଉତ୍ପାତରେ ପୁଟିନଙ୍କ ଗାଦି ଟଳମଳ ! ରୁଷରେ ମୃତ୍ୟୁସଂଖ୍ୟା ୭ଶହ ଛୁଇଁବ

ମସ୍କୋ ୨୭/୪: ରୁଷରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ରୁଷ ପ୍ରଥମେ ଏହାକୁ ନିୟନ୍ତ୍ରଣରେ ରଖିଥିଲା । କିନ୍ତୁ ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁ ୬୮୧ ଜଣ ପ୍ରାଣ ହରାଇଥିଲା ବେଳେ ୭୪,୫୮୮ ଜଣ ସଂକ୍ରମିତ ହୋଇଛନ୍ତି । ସରକାର ଯେତେ ପଦକ୍ଷେପ ନେଲେ ବି ଏହାକୁ ରୋକିପାରୁ ନାହାନ୍ତି । ଏମିତି କି କରୋନା ରୋଗୀଙ୍କର ଚିକିତ୍ସା ବି ଠିକଭାବେ କରାଯାଇ ପାରୁନାହିଁ । ଏହାଯୋଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତା ହରାଇବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି ।

ରୁଷରେ କରୋନା ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ସେଠାକାର ହସ୍ପିଟାଲଗୁଡିକ ଏବେ ପୂରା ଚାପରେ ଅଛନ୍ତି । ସେଠାରେ ଭେଣ୍ଟିଲେଟରର ଘୋର ଅଭାବ ପରିଲକ୍ଷିତ ହେଉଛି । ଏମିତି କି ଡାକ୍ତର ଓ ନର୍ସମାନଙ୍କ ପାଇଁ ସରକାର ସୁରକ୍ଷା ପୋଷାକ ଏବଂ ଅନ୍ୟ ଉପକରଣ ଯୋଗାଇପାରୁ ନାହାନ୍ତି । ସେମାନଙ୍କୁ ବିନା ପିପିଇ (ପର୍ସନାଲ ପ୍ରୋଟେକସନ ଇକ୍ୱିପମେଂଟ)ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ କୁହାଯାଉଛି । ସେମାନେ ଯଦି ଏଥିପାଇଁ ରାଜି ହେଉନାହାନ୍ତି, ତା’ହେଲେ ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ଏହି କାରଣରୁ ରୁଷର ୫ଟି ସହରରେ ଏବେ ବହୁ ସ୍ୱାସ୍ଥ୍ୟକର୍ମୀ ଇସ୍ତଫା ଦେଇସାରିଲେଣି । କିଛି ଡାକ୍ତର ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଦିଆଯାଉଥିବା ମାସିକ ଦରମା ଅତି ନଗଣ୍ୟ ଅଟେ । ସେଥିରେ ପୁଣି ସେମାନଙ୍କୁ ବିନା ପିପିଇରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିବାକୁ କୁହାଯାଉଛି । ଏହା ଜାଣିଶୁଣି ମୃତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ । ସରକାର ହସ୍ପିଟାଲକୁ ଭେଣ୍ଟିଲେଟର ଯୋଗାଇ ପାରୁ ନଥିଲା ବେଳେ ଧନୀ ଲୋକେ ନିଜ ଘରେ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଲଗାଉଛନ୍ତି । ଏହାକୁ ନେଇ ରୁଷରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି ।

ସେହିପରି ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ହ୍ରାସ ଯୋଗୁ ରୁଷ ପୂରା ଆର୍ଥିକ ଚାପରେ ଅଛି । କାରଣ ତୈଳ ହେଉଛି ତାହାର ଆୟର ଏକ ପ୍ରମୁଖ ସ୍ରୋତ । ତେଣୁ ରୁଷ ଏବେ ଉଭୟ ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ସଂକଟର ସମ୍ମୁଖୀନ ହେଉଛି । ଏହାର ପ୍ରଭାବ ରାଷ୍ଟ୍ରପତି ପୁଟିନଙ୍କ ରାଜନୈତିକ ଭବିଷ୍ୟ ଉପରେ ପଡିପାରେ । ଏହାଯୋଗୁ ଯେଉ ଜନ ଅସନ୍ତୋଷ ସୃଷ୍ଟି ହେବ, ତାହା ପୁଟିନଙ୍କ ରାଜନୈତିକ କ୍ୟାରିଅର ପାଇଁ ବିପଦ ସୃଷ୍ଟି କରିପାରେ ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ