ଓଡିଶାଜେଲ୍‌ରେ ପ୍ରଥମ ଆକ୍ରାନ୍ତ- ପୁରୀରେ ଗିରଫ ବ୍ୟକ୍ତି କରୋନା ପଜେଟିଭ୍‌, କ୍ୱାରେଣ୍ଟାଇନ୍‌ରେ ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ

ଭୁବନେଶ୍ୱର – ପୁରୀ କୁମ୍ଭାରପଡା ଥାନା ପକ୍ଷରୁ ଗିରଫ କରାଯାଇଥିବା ଜଣେ ଆସାମୀଙ୍କ କରୋନା ପଜେଟିଭ୍‌ ବୋଲି ଜଣା ପଡିଛି । ଏହାପରେ କୁମ୍ଭାରପଡା ଥାନାର ଆଇଆଇସିଙ୍କ ସମେତ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହ ଥାନା ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଛି ।

ମେ୧୫ ତାରିଖରେ ଏହି ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏକ ଚେନ୍‌ ଲୁଟ୍‌ ମାମଲାରେ ଏହାକୁ ଗିରଫ କରାଯାଇଥିଲା । ଶୁକ୍ରବାରରେ ଅଭିଯୁକ୍ତକୁ ଜେଲ୍‌ ପଠାଯାଇଥିଲା । ତା ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇବାକୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ଏହି ଅପରାଧୀ ଏବେ କରୋନା ପଜେଟିଭ୍‌ ଥିବା ଜଣା ପଡିଛି । ଏହାପରେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି ।

   ସମ୍ବନ୍ଧିତ ଖବର


ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ବୋଝ ଉଠାଉଛନ୍ତି ୮୦ ବର୍ଷୀୟ ‘ସୁଫୀ ସନ୍ଥ’

ଘୁଞ୍ଚିଲା ‘NTA’ର ପରୀକ୍ଷା ଆବେଦନ ଶେଷ ଦିବସ

ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି ମୌନି