PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଶିକ୍ଷା ମନ୍ତ୍ରୀଙ୍କ ସହିତ ଶତାଧିକ ଲୋକଙ୍କୁ ପ୍ରସାଦ ବାଣ୍ଟିଲେ କରୋନା ପଜିଟିଭ ବ୍ୟକ୍ତି, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଅମୃତସର ୪।୬: କରୋନା ପାଇଁ ସରକାର ସଚେତନ ରହିବାକୁ ଲୋକଙ୍କୁ ସବୁ ବେଳେ ପରାମର୍ଶ ଦେଉଛନ୍ତିl କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାର ଦେଖାଯାଉଛନ୍ତିଲ l ଏଭଳି ଏକ ଘଟଣା ପଞ୍ଜାବର ସାଙ୍ଗରୁରର ଗୁରୁଦ୍ୱାରରେ ଦେଖିବାକୁ ମିଳିଛି l ୧ଜୁନରେ ଶତାଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଥିବା ବ୍ୟକ୍ତି ଜଣେ କରୋନା ପଜିଟିଭ ଜଣା ପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି l ଉକ୍ତ ବ୍ୟକ୍ତିଠାରୁ ପ୍ରସାଦ ଗ୍ରହଣ କରିଥିବା କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଜାବ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଏବଂ ପୂର୍ବତନ ସଙ୍ଗରୁର ପୂର୍ବତନ ବିଧାୟକ ପ୍ରକାଶ ଚାନ୍ଦ ଗର୍ଗ ଅଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବାରୁ ସେ ଓ ତାଙ୍କ ପତ୍ନୀ ମେ ୩୧ରେ କରୋନା ପରୀକ୍ଷଣ କରାଇଥିଲେ। ହେଲେ ଏହାର ପରଦିନ ଅର୍ଥାତ୍ ଜୁନ୍ ୧ରେ ବ୍ୟକ୍ତିଜଣକ ଘରେ ନରହି ପ୍ରସାଦ ବଣ୍ଟା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ତା ପରଦିନ ବା ଜୁନ୍ ୨ରେ ରିପୋର୍ଟ ଆସିଥିଲା ଏହି ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ କରୋନାରେ ପଜିଟିଭ l

ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ହୋଇଥିବା ଅବହେଳା ପାଇଁ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା କହିଛନ୍ତି, ମହାମାରୀକୁ ଆହୁରି ପ୍ରସାର ନକରିବା ପାଇଁ ଗାଁରେ କରୋନା ଟେଷ୍ଟିଙ୍ଗ ଆରମ୍ଭ କରିବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ନିଆଯାଇଛି। କୌଣସି ବ୍ୟକ୍ତି ଏହି ଗାଁରୁ ବାହାରକୁ ଯାଇପାରିବେନି କି ଆସି ପାରିବେନିl ସମସ୍ତଙ୍କର ଟେଷ୍ଟ ହେବା ପରେ ନିୟମ କୋହଳ କରାଯିବ l