ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଭୁବନେଶ୍ବର ୩୦।୧୦ : ଓଡ଼ିଶାରେ ରି-ଇନ୍‌ଫେକ୍ସନ୍ ହେଉଛି କରୋନା । ଶୀତରେ କରୋନା ବଢ଼ିବା ଆଶଙ୍କା ରହିଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ। ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ‌ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହିଭଳି ସୂଚନା।

ସେ କହିଛନ୍ତି ଯେ, ଶୀତରେ କରୋନା ବଢିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ। ବର୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ ୧୫୦୦ ପାଖାପାଖି ରହୁଛି। ଭୁବନେଶ୍ୱରରେ ୧୦୦ ପାଖା ପାଖି ପହଂଚିଛି। ପୂଜାରେ ବଢିବ ବୋଲି ଆଶଙ୍କା  କରାଯାଉଥିଲା, ଲୋକଙ୍କ ସହଯୋଗ ଯୋଗୁ କମିଛି, ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି କରୋନା। କିନ୍ତୁ ବହୁତ କମ। ଆଇଏଲଏସରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩-୪ ଜଣଙ୍କର ରି ଇନଫେକ୍ସନ ହୋଇଛି। ଥରେ ପଜିଟିଭ ହେବା ପରେ ପୁଣି କାହିଁକି ରି-ଇନ୍‌ଫେକ୍ସନ୍‌ ହେଉଛି, ତା’ର ତର୍ଜମା ଚାଲିଛି।

ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ ରହୁଛି ଅନୁଧ୍ୟାନ କରାଯାଉଛି । ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ ରିସର୍ଚ୍ଚ କରାଯିବ। ଭ୍ୟାକ୍ସିନ ପାଇଁ ଡାଟା ବେଶ ପ୍ରସ୍ତୁତ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଡାଟା ବେସ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ବି ସେକେଣ୍ଡ ୱେଭ ସମ୍ଭାବନା ରହୁଛି। ଲୋକ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି। ଯେହେତୁ ନୂଆ ଭାଇରସ କିଛି କହିଵା ମୁସ୍କିଲ। ୨୦୨୧ ଜାନୁଆରୀ-ଫ୍ରେବ୍ରୁଆରୀ ସୁଦ୍ଧା ଟିକା ଆସିବା ନେଇ ଆଶା କରୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.