ଦେଶରେ କରୋନା ଗ୍ରାଫ ଉପରମୁହାଁ: ୨୪ ଘଣ୍ଟାରେ ୬୯ ହଜାର ୨୩୯ ନୂଆ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୯୧୨…

ନୂଆଦିଲ୍ଲୀ ୨୩/୮: ଦେଶରେ କରୋନା ଗ୍ରାଫ ଉପରମୁହାଁ । ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ନୂଆ ମାମଲାକୁ ଦେଖିଲେ ଦେଶରେ ୩୦ ଲକ୍ଷ ପାର କରି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୯ ହଜାର ୨୩୯ ନୂଆ ମାମଲା ଆସିଛି । ଏହାକୁ ମିଶାଇଲେ ବର୍ତ୍ତମାନ ସୁଦ୍ଦା ଦେଶରେ ୩୦ ଲକ୍ଷ ୪୪ ହଜାର ୯୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ସେହିପରି ଗତ ୨୪ ଘଣ୍ଟାରେ ସାରାଦେଶରେ ୯୧୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫୬ ହଜାର ୭୦୬ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ଆକ୍ଟିଭ ମାମଲା ସଂଖ୍ୟା ୭ ଲକ୍ଷ ୭ ହଜାର ୬୬୮ ରହିଛି ।
ସେହିଭଳି ବର୍ତ୍ତମାନ ସୁଦ୍ଦା ସୁସ୍ଥଙ୍କ ସଂଖ୍ୟା ୨୨ ଲକ୍ଷ ୮୦ ହଜାର ୫୬୬ ରହିଛି । କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ହେଲେ ସ୍ବାବ ଟେଷ୍ଟ ସଂଖ୍ୟା ବଢାଇବା ଦରକାର ବୋଲି ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଦା ଦେଶରେ ଆରୋଗ୍ୟ ହାର ୭୫ ପ୍ରତିଶତ ରହିଛି ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…