ପୁଣି ୱୁହାନ୍‌କୁ ଫେରିଲା କରୋନା, ୩୭ ଦିନ ପରେ ଜଣେ ପଜିଟିଭ୍ ଚିହ୍ନଟ୍

ୱୁହାନ୍ ୧୧/୫‌: ଚୀନ୍‌ର ୱୁହାନ୍‌ ସହରରୁ କରୋନା ସାରା ବିଶ୍ୱକୁ ବ୍ୟାପିଥିଲା । କିନ୍ତୁ ପ୍ରଥମେ ଏହି ସହର କରୋନାମୁକ୍ତ ହୋଇଥିଲା । ଏହାପରେ ସବୁକିଛି ସ୍ୱାଭାବିକ ହୋଇପଡ଼ିଥିଲା । ୭୬ ଦିନ ଧରି ଲକ୍‌ଡାଉନ୍‌ରେ ସହରବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ । ତେବେ କରୋନାମୁକ୍ତ ଘୋଷଣା ହେବା ପରେ ଜୀବନଜୀବିକା ସ୍ୱାଭାବିକ ପାଲଟିଥିଲା। କିନ୍ତୁ ଏବେ ୱୁହାନ୍‌କୁ ପୁଣି ଗ୍ରାସ କରିଛି କରୋନା ଭୂତାଣୁ । ୩୭ ଦିନ ଧରି କରୋନାମୁକ୍ତ ଆଖ୍ୟା ପାଇବା ପରେ ଏହି ସହରକୁ କରୋନା ପୁନଃ ପ୍ରବେଶ କରିଛି । ଏଠାରେ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ହୁବେଇ ପ୍ରଦେଶର ଏହି ରାଜଧାନୀ ସହରରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି ।

ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ ସୂଚନା ମୁତାବକ ଦେଶରେ ୧୪ଟି କରୋନା ମାମଲା ଦେଖାଦେଇଛି । ଏପ୍ରିଲ ୨୮ ପରଠାରୁ ଏହା ସର୍ବାଧିକ । ଏହା ମଧ୍ୟରେ ୱୁହାନ୍‌ର ଜଣେ କରୋନା ପଜିଟିଭ୍‌ ବ୍ୟକ୍ତି ରହିଛନ୍ତି । ତେବେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇ ନ ଥିଲା । କିନ୍ତୁ ଏବେ ନମୁନା ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ଏହା ଚିନ୍ତାଜନକ ପାଲଟିଛି।

୨୦୧୯ ଡିସେମ୍ବରରେ ୱୁହାନ୍‌ ସହରରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ଏହି ସହରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା । ଚାହୁଁ ଚାହୁଁ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ିଥିଲା । ଅନେକ ଲୋକ ପ୍ରାଣ ହରାଇଥିଲେ। ୱୁହାନ୍‌ର ସ୍ଥିତି ଦେଖି ବିଶ୍ୱବାସୀ ମର୍ମାହତ ହୋଇଥିଲେ । ତେବେ ଏପ୍ରିଲ ୩ ତାରିଖ ପରଠାରୁ ଏଠାରେ ଗୋଟିଏ ବି ରୋଗୀ ଦେଖିବାକୁ ମିଳି ନ ଥିଲା । କରୋନା ଏଠାରୁ ବିଦାୟ ନେଇଥିବା ଭଳି ମନେହୋଇଥିଲା । ଲୋକମାନେ ପୂର୍ବ ଭଳି ଏଠାକାର ବଜାର ହାଟରେ ବୁଲାବୁଲି କରିଥିଲେ । ପର୍ଯ୍ୟଟନସ୍ଥଳୀ ଓ ସିନେମା ହଲ୍‌ରେ ଗହଳି ଜମିଥିଲା । କିନ୍ତୁ ପୁଣି ନୂଆ ମାମଲା ଆସିବା ପରେ ସବୁ ଓଲଟା ପଡ଼ିଯାଇଛି ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଗତ ଗୁରୁବାର ଦେଶର ସମସ୍ତ ଅଞ୍ଚଳକୁ କମ୍‌ ବିପଜ୍ଜନକ ବୋଲି ଘୋଷଣା କରାଯାଇଥିଲା । ରବିବାର ସଂଖ୍ୟା ଜାରି ହେବାର ଦିନକ ପୂର୍ବରୁ ଗୋଟିଏ କରୋନା ମାମଲା ଚିହ୍ନଟ କରାଯାଇଥିଲା । ଚୀନ୍‌ର ଉତ୍ତରପୂର୍ବ ଜିଲିନ ପ୍ରଦେଶ ଅଧୀନ ସୁଲାନ ସହରରେ ଗୋଟିଏ କରୋନା ମାମଲା ଦେଖିବାକୁ ମିଳିଥିଲା । କିନ୍ତୁ ରବିବାର ଆଉ ୧୧ଟି ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଆୟୋଗ ସୂଚନା ମୁତାବକ ଦେଶରେ ମୋଟ କରୋନା ମାମଲା ୮୨,୯୦୧ରେ ପହଞ୍ଚିଥିବା ବେଳେ ୪,୬୩୩ ଲୋକ ପ୍ରାଣ ହରାଇଛନ୍ତି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର