PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଚାକିରୀ ହରାଇଲେ ୧ କୋଟି ଲୋକ, ୯୭% ପରିବାରଙ୍କ ଆୟ କମିଲା

ମୁମ୍ବାଇ ୧/୬: କୋଭିଡ୍ ୧୯ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଦେଶରେ ଏକ କୋଟିରୁ ଅଧିକ ଲୋକ ବେରୋଜଗାର ହୋଇଯାଇଛନ୍ତି । ଏକ କୋଟିରୁ ଅଧିକ ଭାରତୀୟ ନିଜ ଚାକିରୀ ହରାଇଛନ୍ତି । ଖାଲି ସେତିକି ନୁହେଁ, ଗତ ବର୍ଷ ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ କମିଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି(ସିଏମଆଇଇ)ର ସିଇଓ ମହେଶ ବ୍ୟାସ ସୋମବାର ଏହା କହିଛନ୍ତି । ବ୍ୟାସ କହିଛନ୍ତି ଯେ ରିସର୍ଚ୍ଚ ସଂସ୍ଥାର ଆକଳନ ଅନୁସାରେ ବେକାରୀ ଦର ମଇ ମାସରେ ୧୨ ପ୍ରତିଶତ ହୋଇଛି ଯାହାକି ଏପ୍ରିଲରେ ୮ ପ୍ରତିଶତ ଥିଲା । ଏହାର ଅର୍ଥ ଏହି ସମୟ ମଧ୍ୟରେ ପ୍ରାୟ ଏକ କୋଟି ଭାରତୀୟ ନିଜ ଚାକିରୀ ହରାଇଛନ୍ତି ।

ସେ କହିଛନ୍ତି ଯେ ଏତେ ଲୋକ ଚାକିରୀ ହରାଇବାର ମୁଖ୍ୟ କାରଣ କେବଳ କରୋନାର ଦ୍ୱିତୀୟ ଲହରୀ । ଅର୍ଥବ୍ୟବସ୍ଥା ଧିରେ ଧିରେ ସୁଧୁରିଲେ କିଛି ସମସ୍ୟାର ସମାଧାନ ହୋଇଯିବା ଆଶା ରହିଛି କିନ୍ତୁ ଏହା ଏତେ ସହଜ ନୁହେଁ ଏବଂ ପୂର୍ବ ଭଳି ଅବସ୍ଥା ସୁଧୁରିବା ମଧ୍ୟ କାଠିକର ପାଠ ବୋଲି ସେ କହିଛନ୍ତି । ବ୍ୟାସଙ୍କ କହିବାନୁସାରେ ଯେଉଁ ଲୋକମାନେ ଚାକିରୀ ହରାଇଛନ୍ତି ସେମାନଙ୍କୁ ନୂଆ ଚାକିରୀ ମିଳିବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି ।

କହିରଖୁଛୁ ଗତ ବର୍ଷ ମେ ମାସରେ କରୋନା ଭାଇରସ ମହାମାରୀ କଟକଣା ଯୋଗୁଁ ସାରା ଦେଶରେ ଲଗାଯାଇଥିବା ଦେଶବ୍ୟାପୀ ଲକଡାଉନ ଯୋଗୁଁ ବେକାରୀ ହାର ୨୩.୫ ପ୍ରତିଶତ ରେକର୍ଡ ଭାଙ୍ଗିଥିଲା । ଅନେକ ବିଶେଷଜ୍ଞଙ୍କ କହିବାନୁସାରେ ସଂକ୍ରମଣର ଦ୍ୱିତୀୟ ଲହରୀ ଚରମ ସୀମାରେ ପହଞ୍ଚି ସାରିଛି ଏବଂ ଏବେ ରାଜ୍ୟମାନେ ଧିରେ ଧିରେ କଟକଣାରେ ଢିଲା ଦେଇ ଆର୍ଥିକ ଗତିବିଧିକୁ ଅନୁମତି ଦେବା ଆରମ୍ଭ କରିବେ । ତେବେ ୩-୪ ପ୍ରତିଶତ ବେକାରୀ ହାରକୁ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ସାଧାରଣ ବୋଲି ଧରିନେବା ଉଚିତ୍ । ଏହା କୁହାଯାଉଛି କି ସ୍ଥିତି ଠିକ୍ ହେବାକୁ ସମୟ ଲାଗିପାରେ । ବ୍ୟାସ କହିଛନ୍ତି ଯେ ସିଏମଆଇଇ ଏପ୍ରିଲରେ ୧.୭୫ ଲକ୍ଷ ପରିବାରକୁ ନେଇ ଦେଶବ୍ୟାପୀ ସର୍ଭେ କରିଛି ।

ସର୍ଭେରେ ସାମିଲ ପରିବାର ମଧ୍ୟରେ କେବଳ ୩ ପ୍ରତିଶତ ଆୟ ବଢିବା କଥା କହିଛନ୍ତି ଯଦିଓ ୫୫ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଆୟ କମିଛି । ସର୍ଭେରେ ୪୨ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଆୟ ଗତ ବର୍ଷ ଭଳି ସମାନ ରହିଛି । ତେବେ କୁହାଯାଉଛି ଯେ ଯଦି ମହଙ୍ଗା ଦରକୁ ସମାନ ଭାବେ ବଣ୍ଟାଯାଏ ତେବେ ଅନୁମାନ କରାଯାଉଛି କି ଦେଶରେ ୯୭ ପ୍ରତିଶତ ପରିବାରର ଆୟ ମହାମାରୀ ସମୟରେ ହ୍ରାସ ପାଇଛି ।