କରୋନା – ସମ୍ୱଲପୁରର ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ

ସମ୍ୱଲପୁର –  ସମ୍ୱଲପୁର ମହାନଗର ନିଗମର ୧୬ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି ।  କରୋନା ସଂକ୍ରମିତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି । ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବାର ଘୋଷଣା କରାଯାଇଛି ।

ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ ଗଳି, ମୋଦିପଡାର ମାଣିକମୁଣ୍ଡା, ତଅଁଲାପଡା, ଠେଲକୋପଡା, ଏନ୍ ଗୁଆଲେନ୍ ର ହନୁମାନ ମନ୍ଦିର ପଛ ପଟ, ଗୁଜରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡକ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର୍ କଲୋନୀ, ବିଷ୍ଣୁପଡା, ହୀରାକୁଦର ଲେବର କଲୋନୀ, ଗୌଡ ପଡା, ଝାଙ୍କରପଡାରେ ୧୪୪ ଧାରା ଜାରି କରାଯାଇଛି ।

ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହାସହ ଏହି ସ୍ଥାନରୁ ୧୦୦ ମିଟର ବ୍ୟାସାର୍ଦ୍ଧ ଯାଏଁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।

 ଉଲ୍ଲେଖନୀୟ ଯେ, ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ କୋରୋନା ଟେଷ୍ଟ ହୋଇଛି । ଦିନକରେ ୫୩ ହଜାର ୧୫ କୋରୋନା ଟେଷ୍ଟ ହେବାର ସୂଚନା ଆସିଛି । ୪୭,୮୩୪ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୫୪ କୋରୋନା ଟେଷ୍ଟ ହୋଇଛି।

କରୋନାର ଆତଙ୍କ ଯେମିତି ବଢ଼ି ଚାଲିଛି , ଏହାର ତୁରନ୍ତ ପ୍ରତିକାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟରୁ କେମିତି କରୋନା ପଜିଟିଭ୍‌ ଚିହ୍ନଟ କରି ଆଶୁ ଚିକିତ୍ସା କରାଯାଇପାରିବ ସେନେଇ ସ୍ୱତନ୍ତ୍ର ପଦକ୍ଷେପ ମଧ୍ୟ ଉଠାଇଛନ୍ତି ।

   ସମ୍ବନ୍ଧିତ ଖବର


ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ