PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଶ୍ୱଶୁର ଘରେ ଜାମାତା ବାଣ୍ଟିଲେ କରୋନା: ୫ ଆକ୍ରାନ୍ତ, ଚିନ୍ତାରେ ସ୍ଥାନୀୟ ଲୋକ

ସିକୋ, ୦୯/୦୮: ବେଗୁନିଆ ବ୍ଲକ୍‌ ସିକୋ ପଞ୍ଚାୟତରେ ଏକ ବିବାହରେ ଯୋଗଦେବାକୁ ଶ୍ୱଶୁର ଘରକୁ ଆସି ଜଣେ ଜାମାତା କରୋନା ବାଣ୍ଟିଛନ୍ତି । ଜାମାତାଙ୍କଠାରୁ ଶ୍ୱଶୁର ଘର ୪ ଜଣ ଏବଂ ତାଙ୍କର ଜଣେ ପଡ଼ୋଶୀ ସଂକ୍ରମିତ ହେବା ପରେ ସମସ୍ତଙ୍କୁ କୋଭିଡ୍‌ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ତଳେ ଜନୈକ ସଂଖ୍ୟାଲଘୁ ପରିବାର ଘରକୁ ତାଙ୍କର ସମ୍ପର୍କୀୟ ଜାମାତା ଆସିଥିଲେ । ଏଠାରେ କିଛି ଦିନ ରହିବା ପରେ ତାଙ୍କର ଘର ଭୁବନେଶ୍ୱର ଫେରିଯାଇଥିଲେ । ତେବେ ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାରୁ ସିକୋସ୍ଥିତ ଶ୍ୱଶୁର ଘର ଏବଂ ତାଙ୍କର ପଡ଼ୋଶୀ ଲୋକଙ୍କ ସଂପ୍ପର୍ଶରେ ଆସିଥିବା ୨୦ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ୧୫ ଜଣଙ୍କର ନେଗେଟିଭ୍‌ ଆସିଥିବାବେଳେ ୫ଜଣ ପଜିଟିଭ୍‌ ଆସିଛନ୍ତି । ଘଟଣା ପରେ ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରାଯାଇ ଆସନ୍ତା ୭୨ ଘଣ୍ଟା ପାଇଁ ସ୍ଥାନୀୟ ସରପଞ୍ଚ ସୁରେଶକୁମାର ସାହୁ ପାଇକ ସାହି, ମୁସଲମାନ ସାହି, ବଢେଇ ସାହି ଓ କଦମ୍ବଝଲା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।