PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ରାଜଧାନୀରେ ପୁଣି ବଢ଼ିଛି କରୋନା ସଂକ୍ରମଣ: ବସ୍ତିରେ କମ୍‌, କଲୋନିରେ ପ୍ରବଳ ଆକ୍ରାନ୍ତ

ଭୁବନେଶ୍ବର ୧୪/୦୮: ରାଜଧାନୀରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୀର୍ଘ ୧୫ ଦିନ ପରେ ଏକାବେଳକେ ୨ଶହରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ସଂକ୍ରମଣ ହାର ବି ବଢ଼ିଯାଇଛି । ଏହା ସାଙ୍ଗକୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । କରୋନା ସଂକ୍ରମଣ ହାର ବେଶି ରାଜଧାନୀର କଲୋନି, ସାହି, ଗାଁ ଏବଂ ବିଭିନ୍ନ କମ୍ପେ୍ଲକ୍ସରେ ମାଡ଼ୁଛି । ବସ୍ତିରେ ସଂକ୍ରମଣ କମ୍‌ ରହିଛି । ଗତକାଲି ଭୁବନେଶ୍ୱରରୁ ୨୩୭ଜଣ ପଜିଟିଭ୍‌ ବାହାରିଥିବାବେଳେ ମାତ୍ର ୧୮ଜଣ ବସ୍ତିରୁ ଅଛନ୍ତି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସାଲିଆସାହିରୁ ୫ଜଣ ସଂକ୍ରମିତ ହୋଇଛନ୍ତି ।

ୟୁନିଟ୍‌-୬ କାଳି ମନ୍ଦିର ବସ୍ତିରୁ ଜଣେ, ଭୀମଟାଙ୍ଗି ଭାଗବତ ବସ୍ତିରୁ ୩ଜଣ, ବାପୁଜୀନଗର ଝରଣା ବସ୍ତିରୁ ଜଣେ, କଟକ ରୋଡ୍‌ ମୋଚି ସାହିରୁ ଜଣେ ୟୁନିଟ୍‌-୧ ତାଟି ବସ୍ତିରୁ ଜଣେ ସଂକ୍ରମିତ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ମାତ୍ର ୬ଜଣ ବସ୍ତି ବାସିନ୍ଦା ଅଛନ୍ତି ।

ଏଥିରେ ସାଲିଆସାହିରୁ ୨ଜଣ, ଭିଏସଏସନଗର ଗୋଜବାୟାଣୀ ବସ୍ତିରୁ ୨ଜଣ, ଗୌତମନଗର ବସ୍ତି, ହରିଜନ ବସ୍ତିରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ବାକି ସବୁ କଲୋନି, ସାହି, ଗାଁ ଓ ବିଭିନ୍ନ କମ୍ପେ୍ଲକ୍ସ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।