PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆସିଲା ସଂଘାତିକ ତଥ୍ୟ: ୨୦୧୨ରେ ମଣିଷ ଦେହକୁ ଡେଇଁଥିଲା କରୋନା

ନ୍ୟୁୟର୍କ,୧୮/୦୮: କରୋନା ଭାଇରସ ଗତ ବର୍ଷ ଡିସେମ୍ୱର ମାସରେ ଚୀନ୍‌ର ୱୁହାନରୁ ବ୍ୟାପିବା ଆରମ୍ଭ କରିଥିଲା ବୋଲି ସମସ୍ତେ ମନେ କରୁଛନ୍ତି । ଏହି ଭାଇରସ ଯୋଗୁ ଏବେ ସମଗ୍ର ବିଶ୍ୱରେ ୭,୬୦,୦୦୦ ଲୋକ ପ୍ରାଣ ହରାଇସାରିଲେଣି । ଏହି ଭାଇରସ ଯେପରି ମଣିଷ ଦେହରେ ବ୍ୟାପୁଛି, ସେଥିରୁ ମଣିଷ ଦେହ ସହିତ ସିଏ ବହୁତ ସହଜରେ ଖାପଖୁଆଇ ପାରୁଛି ବୋଲି ମନେ କରାଯାଉଛି । ଏହି କାରଣରୁ ବୈଜ୍ଞାନିକମାନେ ସନ୍ଦେହ କରିଥିଲେ ଯେ କରୋନା ଭାଇରସ ବହୁ ପୂର୍ବରୁ ମଣିଷ ଦେହକୁ ଆସିସାରିଛି । ଗତ ଡିସେମ୍ୱରରେ ନୁହେଁ । ଏବେ ଏହି ଅନୁମାନ ସତ ହୋଇଥିବାର ଜଣାପଡିଛି ।

ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ପ୍ରଥମେ ୨୦୧୨ ମସିହାରେ ମଣିଷ ଦେହକୁ ଆସିଥିଲା । ଚୀନ୍‌ର ୟୁନାନ୍‌ ପ୍ରଦେଶ ଅନ୍ତର୍ଗତ ମୋଇଜାଙ୍ଗ ଖଣି ଭିତରେ କିଛି ଶ୍ରମିକ ବାଦୁଡିର ମଳ ସଫା କରୁଥିଲେ । ସେମାନେ ପ୍ରାୟ ଦୁଇ ସପ୍ତାହ ଯାଏଁ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହାପରେ ସେମାନଙ୍କ ଭିତରୁ ୬ ଜଣ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ଦେହରେ ନିମୋନିଆ ଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ସେମାନଙ୍କୁ ଜ୍ୱର ହେବା ସହିତ ଶୁଖିଲା କାଶ ହେଉଥିଲା । ସେଇ ୬ ଜଣଙ୍କ ଭିତରୁ ୩ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ଦେହର ନମୁନା ସେତେବେଳେ ୱୁହାନ ସ୍ଥିତ ଲାବ୍‌କୁ ପଠାଯାଇଥିଲା । ଚୀନ୍‌ର ଜଣେ ଗବେଷକ ଏହା ଉପରେ ଏକ ଥେସିସ୍‌ ଲେଖିଥିଲେ। ଏହି ଥେସିସ୍‌କୁ ଆଧାର କରି ପାଶ୍ଚାତ୍ୟ ଦେଶର ଦୁଇ ଜଣ ଗବେଷକ ଦାବି କରିଛନ୍ତି ଯେ ୱୁହାନ ଲାବରୁ ହିଁ ଏହି ଭାଇରସ ଗତ ବର୍ଷ ଶେଷ ଭାଗରେ ଲିକ୍‌ ହୋଇଛି ବୋଲି ସେମାନେ ଏବେ ନିଶ୍ଚିତ ହୋଇଯାଇଛନ୍ତି ।