ମାନସିକ ଭାରସାମ୍ୟ ହରାଇ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୂଆଦିଲ୍ଳୀ ୦୩/୦୪: ଉତ୍ତରପ୍ରଦେଶ ଶାମଲୀ ଜିଲ୍ଲାରେ ଗୁରୁବାର ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି । ସେ କରୋନାରେ ଆକ୍ରାନ୍ତ ଥିବା ଆଶଙ୍କା କରି ବୁଧବାର ରାତିରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେ ଆତ୍ମହତ୍ୟା କରିଥିବା ଗୁରୁବାର ସକାଳେ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଖବର ପାଇ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନା ପରିସରରେ ପହଞ୍ଚିଥିଲେ । ଡାକ୍ତରଖାନା ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ସନ୍ଦିଗ୍ଧଙ୍କୁ ଡାକ୍ତରଖାନା ମଧ୍ୟରେ ମାନସିକ ଚାପ ଦିଆଯାଇଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତାଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ନିମନ୍ତେ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମଧ୍ୟ ପୂର୍ବରୁ ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଥିଲେ । ସେଠାରେ ୩୫ ବର୍ଷୀୟ ଜନୈକ ଯୁବକ ଡାକ୍ତରଖାନାର ୭ ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

   ସମ୍ବନ୍ଧିତ ଖବର


ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ