ରାଜ୍ୟରେ ଲକ୍ଷେ ଟପିଲା କରୋନା ପରୀକ୍ଷା

ଭୁବନେଶ୍ୱର,୧୯ ।୫(ବ୍ୟୁରୋ): ରାଜ୍ୟରେ ୧ ଲକ୍ଷ ଟପିଛି କରୋନା ପରୀକ୍ଷା ନମୁନା । ରବିବାର ସୁଦ୍ଧା ରାଜ୍ୟରେ ୯୫,୭୬୬ ନମୁନା ପରୀକ୍ଷା ହୋଇଥିଲା । ସୋମବାର ଏ ସଂଖ୍ୟା ୧,୦୦୩୦୨ ହୋଇଛି । ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ୪,୫୩୬ ନମୁନା ପରୀକ୍ଷା ହୋଇଛନ୍ତି । ଏବେ ରାଜ୍ୟରେ ୯ ଟି ଲାବୋରୋଟାରୀ ରହିଥିବା ବେଳେ ଏ ସଂଖ୍ୟା ସରକାର ବଢାଇବାକୁ ପଦକ୍ଷେପ ନେଉଛନ୍ତି । ଫାଟୁଆ ଗବେଷଣା କେନ୍ଦ୍ର, ଆଇଜର୍‌, ବଲାଙ୍ଗୀର ମେଡିକାଲ କଲେଜ ସମେତ ସମସ୍ତ ନୂଆ ମେଡିକାଲ କଲେଜରେ ନମୁନା ପରୀକ୍ଷା ହେବ ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ୧୭ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୧୬,୪୮୧ ନମୁନା ପରୀକ୍ଷା ହୋଇଛି । ଜିଲ୍ଲାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦୧୮.୦୨ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟରେ ସର୍ବାଧିକ । ଜିଲ୍ଲାର ମୋଟ୍‌ ପରୀକ୍ଷାରୁ କେବଳ ଭୁବନେଶ୍ୱରର ୧୩,୯୮୩ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଭୁବନେଶ୍ୱରରେ ଏ ହାର ଆହୁରି ଅଧିକ ରହିଛି । ଏଠି ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୧୨,୭୪୬.୫୮ ଲୋକଙ୍କ ପରୀକ୍ଷା ହୋଇଛି ।
ଖୋର୍ଦ୍ଧା ପଛକୁ ରହିଛି ଯାଜପୁର । ଏଠାରେ ୧୦,୬୨୧ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଏଠି ୫,୫୭୩.୩୭ ଜଣଙ୍କ ପରୀକ୍ଷା ହୋଇଛି । ବାଲେଶ୍ୱରରେ ୯୮୪୩ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏଠି ୧୦ ଲକ୍ଷଙ୍କ ମଧ୍ୟରେ ୪୦୬୭.୦୩ ରହିଛି । ଗଞ୍ଜାମ ଜିଲ୍ଲାରେ ମୋଟ୍‌ ୬୬୩୨ ଟି ନମୁନା ପରୀକ୍ଷା ହୋଇଛି । ଜିଲ୍ଲାରେ ପ୍ରତି ୧୦ ଲକ୍ଷ ଜନସାଧାରଣଙ୍କ ମଧ୍ୟରେ ୧୮୦୧.୮୮ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ତେବେ ଗଞ୍ଜାମରେ ପଜିଟିଭ୍‌ ହାର ଅଧିକ ରହିଛି ।
ଭଦ୍ରକରେ ୫୫୩୯ ଜଣଙ୍କ ପରୀକ୍ଷା ହୋଇଛି । ଏଠି ୧୦ ଲକ୍ଷ ଲୋକରେ ୩୫୨୫.୭୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । କେନ୍ଦ୍ରାପଡ଼ାରେ ୨୪୩୭ ନମୁନା, ପୁରୀରେ ୨୫୭୭, ଜଗତସିଂହପୁରରେ ୨୧୩୮, କଟକରେ ୫୭୨୦, ସୁନ୍ଦରଗଡ଼ରେ ୩୮୦୨, ଅନୁଗୁଳରେ ୨୮୩୦, ମୟୂରଭଞ୍ଜରେ ୩୩୦୭, ନୟାଗଡ଼ରେ ୧୧୦୪, କେନ୍ଦୁଝରରେ ୨୫୯୮, ବଲାଙ୍ଗୀରର ୨୨୩୭, ବୌଦ୍ଧରେ ୪୯୬, ସମ୍ବଲପୁରରେ ୨୦୦୭, ଦେବଗଡ଼ରେ ୬୮୨, ଝାରସୁଗୁଡ଼ାରେ ୬୬୩, କଳାହାଣ୍ଡିରେ ୧୪୫୮, କନ୍ଧମାଳରେ ୧୫୧୬, ଢେଙ୍କାନାଳରେ ୧୫୪୫, କୋରାପୁଟରେ ୧୪୦୧, ବରଗଡ଼ରେ ୧୧୫୫, ଗଜପତିରେ ୭୧୫, ମାଲକାନଗିରିରେ ୧୮୪୧, ନବରଙ୍ଗପୁରରେ ୧୪୦୬, ନୂଆପଡାରେ ୩୧୦, ରାୟଗଡ଼ାରେ ୫୭୮ ଓ ସୋନପୁରରେ ୯୨୭ ଜଣଙ୍କ ପରୀକ୍ଷା ହୋଇଛି । ନୂଆପଡ଼ାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପିଛା ସର୍ବନିମ୍ନ ୪୮୬.୯୬ ଲୋକଙ୍କ ପରୀକ୍ଷା ହୋଇଛି ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ