PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୩ୟ ଲହରକୁ ନେଇ ଚିନ୍ତା ବଢ଼ିଲା … ବିଶେଷଜ୍ଞ କଲେ ସତର୍କ

ନୂଆଦିଲ୍ଲୀ – କରୋନାର ୩ୟ ଲହର କେବେ ଆସିବ ? ସଂକ୍ରମଣର ୨ୟ ଲହର ପରେ ସମସ୍ତଙ୍କ ମନରେ ଖାଲି ଏହି ପ୍ରଶ୍ନ । ଏହି ଭିତରେ ନୂଆ ଭବିଷ୍ୟବାଣୀ ସାମନାକୁ ଆସିଛି । ଏଥିରେ ଦାବି କରାଯାଉଛି କି ଭାରତରେ କରୋନାର ୩ୟ ଲହର ଏହି ମାସ ଅର୍ଥାତ୍ ଅଗଷ୍ଟରେ ହିଁ ଆସିପାରେ । ସେପଟେ ଅକ୍ଟୋବରରେ ୩ୟ ଲହର ଶୀର୍ଷ ସ୍ତରକୁ ଯିବ ।

ବ୍ଲୁମବର୍ଗର ରିପୋର୍ଟ ମୁତାବିକ , କରୋନାକୁ ନେଇ ଏହି ତାଜା ଭବିଷ୍ୟବାଣୀ ଗବେଷକମାନେ ଗଣିତ ମଡେଲ ଆଧାରରେ କରିଛନ୍ତି । ଏଥିରେ ଆଇଆଇଟି ହାଇଦ୍ରାବାଦ ଓ କାନପୁରର ମଧୁକୁମଲ୍ଲୀ ବିଦ୍ୟାସାଗର ଓ ମନିନ୍ଦ୍ର ଅଗ୍ରୱାଲ ସାମିଲ ଥିଲେ । କରୋନାର ୨ୟ ଲହରକୁ ନେଇ ତାଙ୍କର ଅନୁମାନ ସଠିକ୍ ଥିଲା।

ଗବେଷକମାନେ କହିଛନ୍ତି , କରୋନାକୁ ଘାତକ ହେବାରୁ ରୋକିବା ପାଇଁ ଟିକାକରଣର ବେଗକୁ ଦ୍ରୁତ କରିବାକୁ ହେବ । କହି ରଖୁଛୁ କି ଦେଶରେ ଗତ ୨୪ ଘଣ୍ଟାରେ କରୋନା ଭାଇରସର ୧୭,୦୬,୫୯୮ଟି ଭାକ୍‌ସିନ୍‌ ଦିଆଯାଇଛି। ଏହାପରେ ମୋଟ ଭାକ୍‌ସିନେସନର ଡାଟା ୪୭,୨୨,୨୩,୬୩୯ ହୋଇ ଯାଇଛି ।

ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଭାରତ ସମେତ ଅନେକ ଦେଶରେ କରୋନାର ଡେଲଟା ଭାରିଏଣ୍ଟର କାରଣରୁ କରୋନାର କେସ୍ ବୃଦ୍ଧି ପାଉଛି । ସୋମବାରର କଥା କହିବା ତ ଭାରତରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ ୪୦,୧୩୪ଟି ନୂଆ ମାମଲା ଆସିଛି , ୩୬,୯୪୬ ସୁସ୍ଥ ହୋଇଛନ୍ତି ଏବଂ ୪୨୨ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩,୧୬,୯୫,୯୫୮ଟି କରୋନା ମାମଲା ସାମନାକୁ ଆସିଛି ।

ସମ୍ବନ୍ଧିତ ଖବର