PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜାନୁଆରୀରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ଘାତକ: ଆଇଆଇଟି କାନପୁର ସତର୍କବାଣୀ

ନୂଆଦିଲ୍ଲୀ ୦୫/୧୨: କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଆଇଆଇଟି କାନପୁର ସତର୍କବାଣୀ କରିଛି । ଏହି ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମଣ ପୁଣି ଦ୍ରୁତ ଗତିରେ ମାଡ଼ିବ । ସମ୍ଭବତଃ ଆସନ୍ତା ବର୍ଷ ଜାନୁଆରୀରେ ମହାମାରୀର ତୃତୀୟ ଲହର ଆସିବ । ଫେବ୍ରୁଆରୀରେ ସଂକ୍ରମଣ ଶୀର୍ଷ ଛୁଇଁବ ଏବଂ ଦିନକୁ ଦେଢ଼ଲକ୍ଷ ମାମଲା ସାମ୍ନାକୁ ଆସିବ । ଆଇଆଇଟି କାନପୁର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରମ୍‌ ଉପରେ ତଥ୍ୟ ବିଶ୍ଳେଷଣ କରି ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ପ୍ରଫେସର ଅଗ୍ରୱାଲଙ୍କ ତଥ୍ୟ ବିଶ୍ଳେଷଣ ଚର୍ଚ୍ଚାର ବିଷୟ ହୋଇଥିଲା ।

ପ୍ରଫେସର ଅଗ୍ରୱାଲଙ୍କ ମୁତାବକ ନାଇଟ୍‌ କର୍ଫ୍ୟୁ ଓ ଭିଡ଼ ଉପରେ କଟକଣା ଭଳି ପଦକ୍ଷେପ ଦ୍ୱାରା ଦୈନିକ ମାମଲା ସଂଖ୍ୟା ହ୍ରାସ ପାଇବ । ଦକ୍ଷିଣ ଆଫ୍ରିକାରେ କିଛି ମାସ ପୂର୍ବେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । କିନ୍ତୁ ଅଳ୍ପ କେତୋଟି ପ୍ରଦେଶକୁ ଛାଡ଼ିଦେଲେ ଏହାର ସଂକ୍ରମଣ ଧିମା ହୋଇଥିଲା । କାରଣ ଦେଶର ୮୦% ଲୋକଙ୍କଠାରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ଚାଲିଆସିଛି । ତେବେ ବର୍ତ୍ତମାନ କେତେକ ପ୍ରଦେଶରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି ।

ଭାରତରେ ଓମିକ୍ରନ୍‌ ଯୋଗୁ ସଂକ୍ରମଣ ଗତି କିଭଳି ରହିବ ବୋଲି ପ୍ରଶ୍ନର ଉତ୍ତରରେ ପ୍ରଫେସର ଅଗ୍ରୱାଲ କହିଛନ୍ତି, ଦକ୍ଷିଣ ଆଫ୍ରିକାର ରିପୋର୍ଟକୁ ଦେଖିଲେ ଜଣାପଡୁଛି ଓମିକ୍ରନ୍‌ ପ୍ରାକୃତିକ ପ୍ରତିରୋଧ କ୍ଷମତାକୁ ପ୍ରତିହତ କରିପାରିବ ନାହିଁ । କିନ୍ତୁ ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ସଂକ୍ରମଣ ଦୁଇଗୁଣା ମାଡ଼ିବ । ଦକ୍ଷିଣ ଆଫ୍ରିକା ଭଳି ଭାରତରେ ମଧ୍ୟ ପାଖାପାଖି ୮୦% ଲୋକଙ୍କଠାରେ ପ୍ରାକୃତିକ ପ୍ରତିରୋଧକ କ୍ଷମତା ଆସିସାରିଛି । ୨୦୨୨ ଜାନୁଆରୀ ବେଳକୁ ଓମିକ୍ରନ୍‌ ପ୍ରଭାବ ସର୍ବାଧିକ ଅନୁଭୂତ ହୋଇପାରେ ।

ଓମିକ୍ରନ୍‌ ଦ୍ୱାରା ରୋଗୀ ଉପରେ କିଭଳି ପ୍ରଭାବ ପଡ଼ିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହି ଭାରିଆଣ୍ଟ ଡେଲ୍‌ଟା ତୁଳନାରେ ଅଧିକ ସଂକ୍ରାମକ । କିନ୍ତୁ ଏଥିରେ ଆକ୍ରାନ୍ତ ଲୋଙ୍କଠାରେ ହାଲୁକା କାଶ, ଥଣ୍ଡା ଓ ଜ୍ୱର ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ରୋଗୀ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ତେଣୁ ଭାରତରେ ମଧ୍ୟ ସମାନ ଘଟିବ । ପିଲାମାନଙ୍କ ଉପରେ ଏହାର ପ୍ରଭାବ କମ୍‌ ରହିବ ବୋଲି ବିଶ୍ୱାସ । ଲୋକମାନେ ଭୟଭୀତ ହେବା ଉଚିତ ନୁହେଁ । କେବଳ ସାବଧାନତା ଅବଲମ୍ବନ କଲେ ଯଥେଷ୍ଟ । କୋଭିଡ ଟିକାର ଦୁଇଟିଯାକ ଡୋଜ୍‌ ନେବା ଆବଶ୍ୟକ ।

ସେହିଭଳି କଠୋର ଲକ୍‌ଡାଉନ୍‌ ପ୍ରସଙ୍ଗରେ ପ୍ରଫେସର ଅଗ୍ରୱାଲ ଦର୍ଶାଇଛନ୍ତି ଯେ ଏହାଦ୍ୱାରା ଅଧିକ ଫାଇଦା ମିଳିବ ନାହିଁ । ହାଲୁକା ଲକ୍‌ଡାଉନ୍‌ ଅଧିକ ପ୍ରଭାବୀ ହୋଇଛି । ଭିଡ଼ ଅଞ୍ଚଳ ଉପରେ ନଜର ରଖିବା ଜରୁରି । ଦୋକାନ, ବଜାର ଏବଂ ପରିବହନ ସେବା ବନ୍ଦ ନ କରି ମଧ୍ୟ ସଂକ୍ରମଣକୁ ରୋକାଯାଇ ପାରିବ । ଲୋକମାନେ ଉପଯୁକ୍ତ ଭାବେ ମାସ୍କ ପିନ୍ଧିବା ଉଚିତ । କଠୋର ପରିବର୍ତ୍ତେ ହାଲୁକା ଲକ୍‌ଡାଉନ୍‌ ଲଗାଇବା ଆବଶ୍ୟକ । ସରକାରଙ୍କ ପାଖରେ ଅଧିକ ତଥ୍ୟ ରହିଛି । ତେଣୁ ତାହା ଉପରେ ଅନୁଧ୍ୟାନ କରି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ସମ୍ବନ୍ଧିତ ଖବର