PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଆମେରିକା ଶିଶୁଙ୍କ ଠାରେ ବଢ଼ୁଛି ସଂକ୍ରମଣ, ବ୍ରାଜିଲରେ ୫୦ ଦିନରେ ମୃତ୍ୟୁସଂଖ୍ୟା ଦୁଇଗୁଣ

ନୂଆଦିଲ୍ଲୀ,୧୨।୮: କରୋନା ମହାମାରୀ ସମଗ୍ର ବିଶ୍ୱରେ ପ୍ରତିଦିନ ବଢ଼ି ଚାଲିଛି । ଏଭଳି ସମୟରେ ଆମେରିକାରେ ବର୍ତ୍ତମାନ ଶିଶୁଙ୍କ ଠାରେ ସଂକ୍ରମଣ ମାମଲା ବଢ଼ିଛି । ଆମେରିକା ଏକାଡେମୀ ଅଫ୍‌ ପେଡିଆଟ୍ରିକ୍ସ ଆଣ୍ଡ ଚିଲ୍‌ଡ୍ରେନ ହସ୍ପିଟାଲ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି କି ପିଲାଙ୍କ ଠାରେ ସଂକ୍ରମଣ ମାମଲା ୯୦ ପ୍ରତିଶତ ବଢ଼ିଛି । ଜୁଲାଇ ୯ ତାରିଖରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ଆମେରିକାରେ ୧ ଲକ୍ଷ ୮୦ ହଜାର ନୂଆ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଦେଶର ସମସ୍ତ ୫୦ଟି ରାଜ୍ୟରୁ ସଂଗୃହୀତ ତଥ୍ୟରୁ ଏହା ଜଣାପଡିଛି । ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିବା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।

ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୬ ହଜାରରୁ ଅଧିକ ନୂଆ ମାମଲା ସାମ୍‌ନାକୁ ଆସିଥିଲା ବେଳେ ୪ ହଜାର ୫୭୫ ଜଣଙ୍କ ଜୀବନ ଯାଇଛି । ଫଳରେ ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୩ ଲକ୍ଷ ୬୦ ହଜାର ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୧ ହଜାର ଅତିକ୍ରମ କରିଛି । ଅନ୍ୟପକ୍ଷରେ ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୩୨ ଲକ୍ଷ ୭୭ ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ସର୍ବାଧିକ ସଂକ୍ରମିତ ଆମେରିକାରେ ଏପର୍ଯ୍ୟନ୍ତ ୫୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୬୬ ହଜାର ୭୨୬ରେ ପହଞ୍ଚିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଦେଶରେ ପ୍ରବେଶ ଅନୁମତି ନ ଦେବା ଲାଗି ଖୁବଶୀଘ୍ର ନୂଆ ଆଇନ ଆଣିବେ ବୋଲି ସୂଚନା ମିିଳିଛି । ସେହିଭଳି ବ୍ରାଜିଲରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ୫୭ ହଜାର ୪୭୦ରେ ପହଞ୍ଚିଥିଲା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧ ହଜାର ୮୫୭କୁ ବୃଦ୍ଧି ପାଇଛି । ଦେଶରେ ପ୍ରଥମ ୩ ମାସରେ ମୃତ୍ୟୁସଂଖ୍ୟା ୫୦ ହଜାର ହୋଇଥିଲା । କିନ୍ତୁ ପରବର୍ତ୍ତୀ ୫୦ ଦିନରେ ତାହା ଦୁଇଗୁଣ ହୋଇଯାଇଥିଲା । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ସତ୍ତେ୍ୱ ବ୍ରାଜିଲ ସରକାର ଦେଶରେ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ରେସ୍ତୋଁରା ଖୋଲିବାକୁ ଅନୁମତି ଦେଇଥିଲେ ।

ସେହିଭଳି ରୁଷରେ ଆଜି ୪ ହଜାର ୯୪୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲା ବେଳେ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୫୯୯ରେ ପହଞ୍ଚିଥିଲା ବେଳେ ୧୫ ହଜାର ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ଷଷ୍ଠ ସ୍ଥାନରେ ଥିବା ମେକ୍ସିକୋରେ ଆଜି ୫ ହଜାର ୫୫୮ ନୂଆ ମାମଲା ସାମ୍‌ନାକୁ ଆସିଛି ଏବଂ ୭୦୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୫ ହଜାର ୮୩୬ ହୋଇଥିଲା ବେଳେ ୫୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଜାପାନରେ ଦୁଇ ସପ୍ତାହ ପରେ ପ୍ରଥମ କରି ୧ ହଜାରରୁ କମ୍‌ ମାମଲା ସାମ୍‌ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୧୯୬ ନୂଆ ମାମଲା ଚିହ୍ନଟ ହୋଇଥିଲା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜାପାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ରହିଥିଲା ବେଳେ ୧ ହଜାର ୪୭ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ଏବେ ୧୩ ହଜାର ୮୮୫ ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ କରୋନାର ଉତ୍ପତ୍ତିସ୍ଥଳ ଚୀନ୍‌ରେ ପ୍ରତିଦିନ ନୂଆ ମାମଲା ବଢ଼ିଚାଲିଛି । ଆଜି ୪୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ୭୯୪ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ସମ୍ବନ୍ଧିତ ଖବର