କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ମସ୍କୋ- ମସ୍କୋର ଗାମେଲିଆ ଇନ୍‌ଷ୍ଟିଟ୍ୟୁଟ୍‌ କରୋନା ଟିକା ବିକାଶ କରିବା ସହ ସାଧାରଣ ଲୋକଙ୍କୁ ଏହା ପ୍ରଦାନ କରିବା ଆରମ୍ଭ କରିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ଝିଅ ଏହି ଟିକା ନେଇଛନ୍ତି । ଏହି ଟିକାର ନାମ ସ୍ପଟୋନିକ୍‌ ଭି ଦିଆଯାଇଛି ।

Also read -ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ରୁଷ୍‌ର ଫର୍ଟିଲାଇଜର୍‌ କମ୍ପାନୀର ସିଇଓ ଆଣ୍ଡ୍ରେୟୁ ଗୁରିୟୋଭ୍‌ ଏହି ଟିକା ନେଇଛନ୍ତି । ତାଙ୍କ ନିକଟରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନଥିବା ସେ କହିଛନ୍ତି । ଏହା ତାଙ୍କ ନିକଟରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଇ ନଥିଲା । ତାଙ୍କର ଆଣ୍ଟିବଡି ସ୍ତର ବେଶ୍‌ ଅଧିକ ଥିବା କଥା ସେ ପ୍ରକାଶ କରିଛନ୍ତି । ତାଙ୍କ ପିତା ତଥା କମ୍ପାନୀର ପ୍ରତିଷ୍ଠାତା ମଧ୍ୟ ଏହି ଟିକା ନେଇଥିବା କଥା ପ୍ରକାଶ କରିଛନ୍ତି ।

Also read -ଘରେ ଆଗରେ ଛେପ ନ ପକାଇବା ପାଇଁ ତାଗିଦ କରିବାରୁ ୧୧ ପାରାଙ୍କୁ ମାରିଦେଲେ ଯୁବକ- ଥାନାରେ ମାମଲା ପରେ ଲୁଚି ପଳାଇଲା

୩୮ ବର୍ଷିୟ ସିଇଓ ଏବଂ ୬୦ ବର୍ଷିୟ ତାଙ୍କ ପିତାଙ୍କ ସହ ରୁଷ୍‌ ରାଷ୍ଟ୍ରପତିଙ୍କ ଝିଅଙ୍କ ଉପରେ ଏହି ଟିକା ପରୀକ୍ଷଣ କରାଯାଇଥିଲା। ରୁଷ୍‌ର ବାଣିଜ୍ୟ ମନ୍ତ୍ରୀ ଡେନିସ୍‌ ମନ୍ତ୍ରୁଭୋ ମଧ୍ୟ ଏହି ଟିକା ନେଇଛନ୍ତି । ମସ୍କୋ ମେୟର ସେର୍ଗିଙ୍କୁ ମଧ୍ୟ ରୁଷ୍‌ ଟିକା ସ୍ପୁଟୋନିକ୍‌ ପ୍ରଦା କରାଯାଇଛି ।

ରୁଷ୍‌ ପ୍ରଥମେ ଏହି ଟିକାକୁ ବିକାଶ କରିଥିବାରୁ ସେମାନେ ସମସ୍ତେ ଖୁସୀ ବୋଲି କହିଛନ୍ତି । ଗାମିଲିଆ ଇନ୍‌ଷ୍ଟିଟ୍ୟୁଟ୍‌ ଏହାକୁ ବିକାଶ କରିଛି । ଏବେ ରୁଷ୍‌ରେ ସର୍ବସାଧାରଣଙ୍କୁ ଏହି ଟିକା ଦିଆଯାଉଛି । ଆଗକୁ ଶୀତ ଋତୁ ଆସୁଥିବାରୁ କୋରନା ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଏହି ଟିକା ପ୍ରଦାନ କରାଯାଇଛି ।

ଏବେ ରୁଷ୍‌ରେ ଅନେକ୍‌ କମ୍ପାନୀ ତାଙ୍କର କର୍ମଚାରୀମାନଙ୍କୁ କରୋନା ଟିକା ଦେବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…