PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଭାକ୍ସିନେଶନ ୨.୦ : ପ୍ରଥମ ଦିନ ୧ ଲକ୍ଷ ୨୮ ହଜାର ଲୋକ ନେଲେ ଭାକ୍‌ସିନ୍‌, ୨୫ ଲକ୍ଷ ଲୋକ ୨୪ ଘଣ୍ଟାରେ କଲେ କୋ-ୱିନ୍‌ ପୋର୍ଟାଲରେ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ – ଦେଶରେ କରୋନା ଭାକ୍ସିନେଶନର ଦ୍ୱିତୀୟ ଫେଜ୍‌ ସୋମବାରରୁ ଆରମ୍ଭ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ମଧ୍ୟ ଗତକାଲି ଭାକ୍‌ସିନ୍‌ ନେଇ ସାରିଛନ୍ତି ଏବଂ ଏହାସହ ଟିକାକରଣ ମିଶନ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି ।  ଭାକ୍ସିନେଶନର ଦ୍ୱିତୀୟ ଫେଜ୍‌ର ପ୍ରଥମ ଦିନ ପାଖାପାଖି ୧.୨୮ ଲକ୍ଷ ଲୋକ ଭାକ୍‌ସିନ୍‌ର ଡୋଜ୍‌ ନେଇଥିଲେ । ସେପଟେ  ଏବେସୁଦ୍ଧା  ଭାକ୍‌ସିନ୍‌ ନେଇଥିବା ମୋଟ ଲୋକଙ୍କ ସଂଖ୍ୟା  ୧.୪୮ କୋଟିରେ ପହଞ୍ଚିଛି ।

ଆକଳନ ମୁତାବିକ୍ , ସୋମବାର ଦିନ ୬୦ ବର୍ଷରୁ ଅଧିକ ବୟସର ସମୁଦାୟ ୧,୨୮,୬୩୦ ଲୋକ ଭାକ୍‌ସିନ୍‌ର ଡୋଜ୍‌  ନେଇଛନ୍ତି । ଏହାସହ  ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଥିବା ୧୮,୮୫୦ଜଣ ଲୋକ ଭାକସିନ୍‌ ନେଇଛନ୍ତି । ଭାରତରେ ଏବେସୁଦ୍ଧା ୧.୪୭ କୋଟି ଲୋକଙ୍କୁ ଭାକ୍‌ସିନ୍‌ ଦିଆ ସରିଛି ।

ଆରୋଗ୍ୟ ସେତୁ ଆପ୍‌ରୁ ମଧ୍ୟ କରୋନା ଭାକ୍‌ସିନ୍‌ ପାଇଁ କରି ପାରିବେ ରେଜିଷ୍ଟ୍ରେସନ, ଜାଣନ୍ତୁ ଏହାର ପୂରା ପ୍ରକ୍ରିୟା

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବିକ୍‌ ,ସୋମବାର ଦିନ କରୋନା ଭାକ୍‌ସିନେଶନର ଦ୍ୱିତୀୟ ଫେଜ୍‌ ଆରମ୍ଭ ହେବା ସହ ପାଖାପାଖି  ୨୫ ଲକ୍ଷ ଲୋକ Co-Winର ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରିଛନ୍ତି । ଏହି ୨୫  ଲକ୍ଷରୁ ୨୪.୫ ଲକ୍ଷ ସାଧାରଣ ନାଗରିକ ଥିବାବେଳେ ବାକି ଲୋକ ସ୍ୱାସ୍ଥ୍ୟକର୍ମୀ , କରୋନା ୱାରିୟର ଅଟନ୍ତି ।

ଉଲ୍ଲେଖନୀୟ ଯେ,  ଭାରତରେ ୧୬ ଜାନୁୟାରୀରେ ଭାକ୍ସିନେଶନର ଆରମ୍ଭ ହୋଇଥିଲା , ସେତେବେଳେ  ସ୍ୱାସ୍ଥ୍ୟକର୍ମୀ, କରୋନା ୱାରିୟରଙ୍କୁ ହିଁ ଭାକ୍‌ସିନ୍‌ ଦିଆଯାଉଥିଲା । ଏବେ ମାର୍ଚ୍ଚ ୧ରୁ ଏହି କାର୍ଯ୍ୟକ୍ରମକୁ ପ୍ରଖର କରାଯାଇଛି ।

ସୂଚନା ଯେ, କରୋନା ଭାକ୍‌ସିନ୍‌ ପାଖାପାଖି ୧୦ ହଜାର ସରକାରୀ ସେଣ୍ଟରରେ ମାଗଣାରେ  ଦିଆଯାଉଛି । ସେପଟେ ପ୍ରାଇଭେଟ୍‌ ସେଣ୍ଟର ଗୁଡ଼ିକରେ ଲୋକେ ଟଙ୍କା ଦେଇ ଭାକସିନ୍‌ ନେଇପାରିବେ । ଏଠାରେ ଭାକ୍‌ସିନ୍‌ର ଗୋଟିଏ ଡୋଜ୍‌ର ଦାମ୍‌ ୨୫୦ ଟଙ୍କା ଅଛି ।

 ଯେକୌଣସି ବ୍ୟକ୍ତି  www.cowin.gov.in ମାଧ୍ୟମରେ  ନିଜର ରେଜିଷ୍ଟ୍ରେସନ କରିପାରିବେ । ଏହା ବ୍ୟତୀତ ଆରୋଗ୍ୟ ସେତୁ ଆପ୍‌ର ମଧ୍ୟ ସାହାଯ୍ୟ ନେଇପାରିବେ ।

ସମ୍ବନ୍ଧିତ ଖବର