କରୋନା ଫ୍ୟାମିଲିରୁ ୧୭ ବର୍ଷ ପୂର୍ବେ ବ୍ୟାପିଥିଲା ମହାମାରୀ, ଏହି କାରଣରୁ ପ୍ରସ୍ତୁତ ହୋଇପାରିଲାନି ଭ୍ୟାକସିନ୍

ନୂଆଦିଲ୍ଲୀ ୨୯/୬: କରୋନା ଭାଇରସକୁ ରୋକିବା ପାଇଁ ଅନେକ ଦେଶରେ ଭ୍ୟାକସିନ୍ ପ୍ରସ୍ତୁତ ପାଇଁ କାମ ଚାଲିଛି । କିନ୍ତୁ କିଛି ଏକ୍ସପର୍ଟ ଏନେଇ କହିଛନ୍ତି କି ପୂର୍ବରୁ ହିଁ କରୋନା ଫ୍ୟାମିଲିର ଭାଇରସ ସମ୍ପର୍କରେ ବିଶ୍ୱ ଜାଣିସାରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଭ୍ୟାକସିନ୍ ପ୍ରସ୍ତୁତ ହୋଇପାରିନି । ତେବେ କେଉଁ କାରଣ ପାଇଁ ବୈଜ୍ଞାନିକମାନେ କରୋନା ଫ୍ୟାମିଲର ପୂରୁଣା ଭାଇରସ ପାଇଁ ଭ୍ୟାକସିନ୍ ବାହାର କରିପାରିଲେନି ?

କରୋନା ଫ୍ୟାମିଲିର ଗୋଟିଏ ଭାଇରସ SARS-CoV-1 ୨୦୦୩ରେ ସାର୍ସ ମହାମାରୀ ବ୍ୟାପିଥିଲା । ସେତେବେଳେ ମଧ୍ୟ ପ୍ରଥମ ମାମଲା ଚାଇନାରୁ ସାମ୍ନାକୁ ଆସିଥିଲା । ଏହି ସମୟରେ ଅତିକମରେ ୭୭୪ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିଲେ । କିନ୍ତୁ ୧୭ ବର୍ଷ ପରେ ମଧ୍ୟ SARS-CoV-1 ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇପାରିନି । ଏମିତି ନୁହେଁ ଯେ ବୈଜ୍ଞାନିକମାନେ କରୋନା ଫ୍ୟାମିଲର ଭାଇରସ ପାଇଁ ପୂର୍ବରୁ କାମ ଆରମ୍ଭ କରିନଥିଲେ, କିନ୍ତୁ କୌଣସି ବି ପ୍ରଜେକ୍ଟ ଆରମ୍ଭ ହେବା ପରେ ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ।

ହଫିଙ୍ଗଟନ୍ ପୋଷ୍ଟରେ ଛପିଥିବା ରିପୋର୍ଟ ଅନୁସାରେ କୋଲୋମ୍ବିଆ ୟୁନିଭର୍ସିଟିର ବେଗଲୋସ୍ କଲେଜ୍ ଅଫ୍ ଫିଜିସିୟନ୍ସ ଆଣ୍ଡ ସର୍ଜନ୍ସରେ ମାଇକ୍ରୋବାୟୋଲୋଜି ଓ ଇମ୍ୟୁନୋଲୋଜିର ପ୍ରଫେସର ଭିସେଣ୍ଟ ରକାନିଏଲୋ କୁହନ୍ତି କି ୨୦୦୩ରେ ସାର୍ସ ମହାମାରୀ ଥମିଗଲା, ସେଥିପାଇଁ ଅଧିକାଂଶ କମ୍ପାନୀ କହିଲେ କି ସେମାନେ ଏହାର ଭ୍ୟାକସିନ୍ ପ୍ରସ୍ତୁତ କରିବାକୁ ଚାହୁଁନାହାଁନ୍ତି । କାରଣ ଆଉ ଏହାର ମାର୍କେଟ୍ ନାହିଁ । କିନ୍ତୁ କିଛି ଏକାଡେମିସ୍ ପ୍ରୟୋଗ ପାଇଁ ସାର୍ସର ଭ୍ୟାକସିନ୍ ପ୍ରସ୍ତୁତ କଲେ । କିନ୍ତୁ ଆର୍ଥିକ ସହଯୋଗ ନମିଳିବାରୁ ପ୍ରଜେକ୍ଟ ପୂରା ହୋଇପାରିଲାନି ।

ପ୍ରଫେସର ଭିସେଣ୍ଟ କୁହନ୍ତି କି ଏହା ବହୁତ କଷ୍ଟ ନୁହେଁ । ଆମେ ବାଦୁଡିଠାରେ ମିଳୁଥିବା କରୋନା ଭାଇରସର ଭ୍ୟାକସିନ୍ ପ୍ରସ୍ତୁତ କରିଦେଇଥାନ୍ତୁ ଯାହା ଅନ୍ୟ କରୋନା ଭାଇରସଠୁ ମଧ୍ୟ ବଞ୍ଚାଇ ପାରିଥାନ୍ତା । କିନ୍ତୁ ଆର୍ଥିକ ସାହାଯ୍ୟ ଅଭାବରେ ରିସର୍ଚ୍ଚ ପୂରା ହୋଇପାରିଲାନି । ଭିସେଣ୍ଟ କହିଛନ୍ତି କି ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଦ ମଧ୍ୟ ଏହି ଭଳି ମୌଳିକ ରିସର୍ଚ୍ଚ ସାହାଯ୍ୟରେ ସହାୟତା କରିବାକୁ ଚାହୁଁଥିଲା କିନ୍ତୁ ତାଙ୍କ ପାଖେ ସୀମିତ ବଜେଟ୍ ଥିଲା ।

   ସମ୍ବନ୍ଧିତ ଖବର


ଚିରସ୍ମରଣୀୟ ଦାସିଆ ଅଜା

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

ବିପତ୍ତିରେ ବି ହସ ହସ -‘କାଳିଆ’ ଭରସାରେ ଭଗବାନ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ