PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପିଲାଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ: ଟିକା ନେଲେ ତିନିଜଣ ଶିଶୁ

ପାଟନା, ୩।୬:ଦେଶରେ ପିଲାମାନଙ୍କ ଉପରେ କରୋନା ଟିକାର ଟ୍ରାଏଲ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ପାଟନା AIIMS ରେ ପିଲାମାନଙ୍କ ଉପରେ ସ୍ୱଦେଶୀ ଟିକା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ ହୋଇଥିଲା। ଏହା ଅନୁସାରେ ତିନିଜଣ ପିଲାଙ୍କୁ କୋଭିଡ ଟିକା ର ପ୍ରଥମ ଡୋଜ ଦିଆଯାଇଛି। ବର୍ତ୍ତମାନ ତିନୋଟି ଶିଶୁ ସୁସ୍ଥ ଅଛନ୍ତି। AIIMS କୁ ମୋଟ ୮୦ ଜଣ ପିଲାଙ୍କ ଉପରେ ଟ୍ରାଏଲ ପାଇଁ ଏକ ଟାର୍ଗେଟ ଦିଆଯାଇଛିl

ପାଟନା AIIMS କୋଭିଡ୍ ପ୍ରଭାରୀ ଡାକ୍ତର ସଞ୍ଜୀବ କୁମାର ବୁଧବାର କହିଛନ୍ତି ଯେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। କୋଭାକ୍ସିନ୍ ପିଲାମାନଙ୍କ ଉପରେ ପରୀକ୍ଷା ହେବାର ପ୍ରଥମ ଦିନରେ ତିନି ପିଲାଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିଲା। ଏହି ତିନିଜଣ ପାଟନାର ବାସିନ୍ଦା ଓ ଏହି ତିନି ଜଣ ଏବେ ସୁସ୍ଥ ଅଛନ୍ତି। କାହା ଉପରେ କୌଣସି ସାଇଡ ଇଫେକ୍ଟ ପରିଲକ୍ଷିତ ହୋଇନାହିଁl ତିନି ଶିଶୁ ଜଣ ପିଲାଙ୍କ ବାପା,-ମାଙ୍କୁ ଡାକ୍ତରଖାନା ଏକ ଡାଏରୀ ଦେଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କହିଛି। ଯଦି ଏହି ସମୟ ମଧ୍ୟରେ ପିଲାମାଙ୍କ ନିକଟରେ କୌଣସି ସମସ୍ୟା ଦେଖାଯାଏ ତେଵେ ତାଙ୍କୁ ତୁରନ୍ତ ପାଟନା AIIMS ସହିତ ଯୋଗାଯୋଗ କରିବାକୁ କୁହାଯାଇଛି l

ଉଲେଖନୀୟ ଯେ, ୨୮ ମଇରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛିl ୧୦୮ ଜଣ ପିଲା ରେଜିଷ୍ଟ୍ରେସନ କରିଥିଲେl ଏମାନଙ୍କ ଭିତରୁ ୧୫ ଜଣ ଶିଶୁଙ୍କ କ୍ଲିନିକାଲ ପରୀକ୍ଷଣ ପରେ ସେମାନେ ଟ୍ରାଏଲ ଉପଯୋଗୀ ବୋଲି ଜଣା ପଡିଛନ୍ତିl ୨୮ ଦିନ ପରେ ଏହି ତିନି ଜଣ ପିଲାଙ୍କୁ ଟିକାର ଦ୍ଵିତୀୟ ଡୋଜ ଦିଆଯିବl

ସମ୍ବନ୍ଧିତ ଖବର