ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ନୂଆଦିଲ୍ଲୀ,୧୮।୯: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ଭାଇରସ୍ ସଂକ୍ରମଣ। ଏହି ସଂକ୍ରମଣ ହାରକୁ ଦେଖି ସମସ୍ତେ କେବଳ ଭ୍ୟାକସିନର ଅପେକ୍ଷାରେ ଅଛନ୍ତି। ଭାରତରେ ତିଆରି ହେଉଥିବା କରୋନା ଭ୍ୟାକସିନ୍ ପୂର୍ବରୁ ଋଷର କରୋନା ଭ୍ୟାକସିନ୍  Sputnik V ଭାରତ ପହଁଞ୍ଚିବାର ଆଶା କରାଯାଉଛି। ତେବେ ଏହା ଭିତରେ ଏବେ ଖବର ଆସୁଛି ଯେ, ରୁଷର ଭ୍ୟାକସିନ୍ ନେଉଥିବା ପ୍ରତି ୭ ଜଣଙ୍କ ଭିତରୁ ଜଣେ ଭଲ୍ୟୁଣ୍ଟର(ସ୍ବେଚ୍ଚାସେବୀ)ଙ୍କ ନିକଟରେ ଏହାର ସାଇଡ୍ ଇଫେକ୍ଟ(ପାର୍ଶ୍ବ ପ୍ରତିକ୍ରିୟା) ଦେଖିବାକୁ ମିଳିଛି। ଏହି କଥାର ଖୁଲାସା ରୁଷର ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକେ କହିଛନ୍ତି।

ମୁରାଶକୋ ମସ୍କୋ ଟାଇମ୍ସକୁ ଦେଇଥିବା ନିଜର ଏକ ବୟାନରେ କହିଛନ୍ତି, ଭ୍ୟାକସିନ୍ ନେଉଥିବା ପ୍ରାୟ୧୪ ପ୍ରତିଶତ ଲୋକଙ୍କ ନିକଟରେ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁଛି। ସେ କହିଛନ୍ତି, କରୋନା ଭ୍ୟାକସିନ୍ ନେଇଥିବା ଜଣେ ବ୍ୟକ୍ତି କହିଛନ୍ତି, ଡୋଜ୍ ନେବାପରେ ତାଙ୍କୁ ଦୁର୍ବଳ ଳାଗୁଛି ଓ ମାଂସପେଶୀ ଦରଜ ରହୁଛି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, କରୋନା ଭ୍ୟାକସିନ୍ ନେବାପରେ ଏଭଳି ଅସୁବିଧା ଆସିବ, ପୂର୍ବରୁ ଏନେଇ ଜାଣିଥିଲି। ତେବେ ତା’ପର ଦିନ ସବୁକିଛି ଠିକ୍ ହୋଇଯାଇଥାଏ।

ଉଲ୍ଲେଖନୀୟ ଯେ, ଏହି ଭ୍ୟାକସିନ୍ କ୍ଲିନିକାଲ ଟ୍ରାଏଲର ପ୍ରାରମ୍ଭିକ ଫଳାଫଳ ୪ ସେପ୍ଟେମ୍ବରରେ ‘ଦ ଲାନସେଣ୍ଟ’ ଜର୍ନାଲରେ ପ୍ରକାଶିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଭ୍ୟାକସିନକୁ ୭୬ ଜଣ ଲୋକଙ୍କୁ ଦିଆଯାଇଛି। ଭ୍ୟାକସିନ୍ ପରେ ଏହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଜଣାପଡିଛି। ଜର୍ନାଲରେ ଜଣାପଡିଛି ଯେ, ୨୧ ଦିନ ଭିତରେ ଭଲ୍ୟୁଣ୍ଟରଙ୍କ ଶରୀରରେ ବିନା କୌଣସି ପ୍ରକାର ସାଇଡ୍ ଇଫେକ୍ଟ ଆଣ୍ଟିବଡି ରହିଛି।

ଏହି ଭ୍ୟାକସିନରେ କ୍ଲିନିକାଲ ଟ୍ରାଏଲର ପ୍ରାରମ୍ଭିକ ଫଳାଫଳ ୪ ସେପ୍ଟେମ୍ବରରେ ଦ ଲାସେଣ୍ଟ ଜର୍ନାଲରେ ପ୍ରକାଶିତ କରାଯାଇଥିଲା। ୭୬ ଜଣ ଲୋକଙ୍କୁ ଏହି ଭ୍ୟାକସିନକୁ ଦୁଇ ଭାଗରେ କରାଯାଇଥିଲା। ଫଳାଫଳରେ ଜଣାପଡିଥିଲା ଯେ, Sputnik V ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ ଓ ୨୧ ଦିନ ଧରି ଭଲ୍ୟୁଣ୍ଟରଙ୍କ ଶରୀରରେ ଏହା ବିନା କୌଣସି ଗମ୍ଭୀର ସାଇଡ୍ ଇଫେକ୍ଟ ଆଣ୍ଟିବଡି ହୋଇଛି। ତେବେ ଏଥିରେ ୫୮ ପ୍ରତିଶତ ଲୋକ ଇଞ୍ଜେକସନ୍ ନେଉଥିବା ସ୍ଥାନରେ ଦରଜ ହୋଇଥିବାର ଅଭିଯୋଗ କରିଛନ୍ତି। ସେଭଳି ୫୦ ପ୍ରତିଶତଙ୍କୁ ଜ୍ବର ଓ ୪୨ ପ୍ରତିଶତଙ୍କ ମୁଣ୍ଡ ବିନ୍ଧା ଅଭିଯୋଗ ମିଳିଛି। ସେଭଳି ୨୮ ପ୍ରତିଶତ ଲୋକଙ୍କୁ ଦୁର୍ବଳତା ଓ ୨୪ ପ୍ରତିଶତ ଲୋକଙ୍କ ମାଂସପେଶୀରେ କଷ୍ଟ ଅନୁଭବ ହୋଇଥିଲା।

   ସମ୍ବନ୍ଧିତ ଖବର


ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା