PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସାମ୍ନାକୁ ଆସିଲା ଋଷର କରୋନା ଭ୍ୟାକସିନ୍ ଫଟୋ

https://www.amarujala.com/

ନୂଆଦିଲ୍ଲୀ ୧୨/୮: ଋଷ୍ ସଫଳତାର ସହ ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଛି । କରୋନା ଭ୍ୟାକସିନ୍ ବାହାର କରିବାରେ ଋଷ୍ ସାରା ବିଶ୍ୱରେ ପ୍ରଥମ ଦେଶ ପାଲଟିଯାଇଛି । କରୋନାର ପ୍ରଥମ ଡୋଜ୍ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନଙ୍କ ଝିଅଙ୍କୁ ଦିଆଯାଇଛି । ତାଙ୍କୁ ଏହି ଭ୍ୟାକସିନର ୨ ଡୋଜ୍ ଦିଆଯାଇଛି । ଏହା ସହିତ ଋଷର କରୋନା ଭ୍ୟାକସିନର ଅଫିସିଆଲ ଫଟୋ ସାମ୍ନାକୁ ଆସିଛି ।

କହିରଖୁଛୁ ପୁଟିନଙ୍କ ୨ ଝିଅ ମାରିୟା ଓ କ୍ୟାଟରୀନା । କିନ୍ତୁ ତାଙ୍କ କେଉଁ ଝିଅଙ୍କୁ ଦିଆଯାଇଛି ସେନେଇ କିଛି ଖୁଲାସା କରାଯାଇନି । ଭ୍ୟାକସିନର ଡୋଜ୍ ଦେବାପରେ ପୁଟିନଙ୍କ ଝିଅ ଶରୀରରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ରେକର୍ଡ କରାଯାଇଛି ।

ପୁଟିନଙ୍କ ଅନୁସାରେ ପ୍ରଥମ ଡୋଜ୍ ଦେବା ପରେ ତାଙ୍କ ଶରୀରରେ ତାପମାତ୍ରା ୩୮ ଡିଗ୍ରୀ ଥିଲା । ଯେତେବେଳେ ତାଙ୍କୁ ଭ୍ୟାକସିନର ଦ୍ୱିତୀୟ ଡୋଜ୍ ଦିଆଗଲା ତାପମାତ୍ରା ଏକ ଡିଗ୍ରୀ ହ୍ରାସ ପାଇ ୩୭ ଡିଗ୍ରୀ ହୋଇଯାଇଛି । ତେବେ ସାମାନ୍ୟ ବିଳମ୍ବରେ ତାପମାତ୍ରା ବଢିଲା ଯାହା ଧିରେ ଧିରେ ସାମାନ୍ୟ ହୋଇଗଲା ।  

ଋଷ୍ ରାଷ୍ଟ୍ରପତି କହିଛନ୍ତି କି ଭ୍ୟାକସିନ୍ ଲଗାଇବା ପରେ ତାଙ୍କ ଝିଅ ଭଲ ଅନୁଭବ କରୁଛନ୍ତି । ଡାକ୍ତରଙ୍କ କହିବାନୁସାରେ ଶରୀରରେ ବହୁତ ସଂଖ୍ୟାରେ ଆଣ୍ଟିବଡିଜ୍ ମଧ୍ୟ ପ୍ରସ୍ତୁତ ହେଉଛି । ସେ କହିଛନ୍ତି କି ଭ୍ୟାକସିନ୍ ଅନେକ ପ୍ରକାର ଯାଞ୍ଚ ମଧ୍ୟ ଦେଇ ଗତି କରିଛି ଏବଂ ଏହା ମାନବ ପାଇଁ ସୁରକ୍ଷିତ ।

ଋଷ୍ ଏହି ଭ୍ୟାକସିନର ନାଁ ନିଜ ପ୍ରଥମ ସାଟେଲାଇଟ୍ ‘ସ୍ପୁନିକ୍ ଭି’ ନାଁରେ ରଖିଛନ୍ତି । ଏହି ଭ୍ୟାକସିନକୁ ଦେଶର ରକ୍ଷା ମନ୍ତ୍ରାଳୟ ସହିତ ସମନ୍ୱୟରେ ଗମଲେୟା ରିସର୍ଚ୍ଚ ସଂସ୍ଥାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସୂଚନା ଅନୁସାରେ ସ୍ପୁନିକ୍ ଭି ଭ୍ୟାକସିନର ଏକ ଅରବ ଡୋଜ୍ ପାଇଁ ଋଷକୁ ୨୦ରୁ ଅଧିକ ଦେଶରୁ ଆବେଦନ ମିଳିସାରିଲାଣି ।

ସମ୍ବନ୍ଧିତ ଖବର