ପ୍ରଥମେ ମୋଦି ନିଅନ୍ତୁ କରୋନା ଟିକା, ତା’ପରେ ଆମେ ନେବୁ: ତେଜ୍ ପ୍ରତାପ

ପାଟନା: କରୋନା ଭ୍ୟାକସିନ୍‌କୁ ନେଇ ରାଜନୀତି ଜାରି ରହିଛି । ଏବେ ଆରଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବ ଦାବି କରିଛନ୍ତି କି ଭ୍ୟାକସିନ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଅନ୍ତୁ । ଏହା ପରେ ଆମେ ଟିକା ନେବୁ । ଏହା ପୂର୍ବରୁ ଏସବିପି ନେତା ଅଖିଳେଶ ଯାଦବ ଏବଂ କଗ୍ରେସର କିଛି ନେତା ଭ୍ୟାକସିନ ଉପରେ ବଭିନ୍ନ ପ୍ରଶ୍ନବାଚୀ ଛିଡା କରିଥିଲେ ।

ଏସବିପି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ କି ଏହି ଭ୍ୟାକସିନ ବିଜେପିର । ଆଉ ଏହି ଭ୍ୟାକସିନକୁ ଭରସା ନାହିଁ ।  ଯେଉଁ ସରକାର ତାଳି ଆଉ ଥାଳି ବଜାଉଥିଲା, ସେ ଭ୍ୟାକସିନ ପାଇଁ ଏତେବଡ ଚେନ କାହିଁ ଗଠନ କରୁଛି । ତାଳି ଆଉ ଥାଳିରେ କରୋନାକୁ ଭଲ କରିଦିଅନ୍ତୁ । ମୁଁ କିଭଳି ବିଜେପିର ଭ୍ୟାକସିନଲକୁ ଭରସା କରିପାରିବି । ଆମ ସରକାର ଆସିଲେ ମାଗଣାରେ କରୋନା ଟିକା ଦିଆଯିବ । ମୁଁ ବିଜେପିର ଭ୍ୟାକସିନ ନେବି ନାହିଁ ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ମଧ୍ୟ ଭ୍ୟାକସିନ ଉପରେ ପ୍ରଶ୍ନ ଛିଡା କରିଥିଲେ । ଏବଂ କହିଥିଲେ, ‘କୋଭାକ୍ସିନର ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ନାହାଁନ୍ତି । ଏମରଜିନ୍‌ସ କ୍ଲିୟରାନ୍ସ ବିପଦପୂର୍ଣ୍ଣ ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତିକୁ ସଫା କରିବା ଉଚିତ୍ । ପରୀକ୍ଷା ପୂର୍ବରୁ ଟିକା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ ।