ଏହି ତାରିଖରୁ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଭ୍ୟାକସିନ୍, ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ

https://www.livehindustan.com/
ନୂଆଦିଲ୍ଲୀ,୨୨।୨: ଦେଶର କିଚି ଭାଗରେ ଆଜିକାଲି କରୋନା ମାମଲା ପୁଣିଥରେ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ କରେନାର ନୂଆ କେସ୍ ପୁଣିଥରେ ବୃଦ୍ଧି ଘଟିଛି। ଏହା ଭିତରେ ୨୦ ଫେବୃଆରୀ ପର୍ଯ୍ୟନ୍ତ ଦେଶରେ ମୋଟ ୧.୦୮ କୋଟିରୁ ଅଧିକ ଲୋକଙ୍କୁ। କରୋନା ଭ୍ୟାକସିନ୍ ଲଗାଯାଇ ସାରିଛି। ପ୍ରଣ୍ଟଲାଇନ ଓ୍ବାର୍କରଙ୍କୁ କରୋନା ସଂକ୍ରମର ଭ୍ୟାକସିନ୍ ଲଗାଇବାର କାମ ଯୁଦ୍ଧସ୍ତରରେ ଚାଲିଛି। ସେଭଳି ଏବେ ଆଗାମୀ ମାସରୁ ଦେଶରେ ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଟିକାକରଣ ମଧ୍ୟ ଆରମ୍ଭ ହୋଇପାରେ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି, ସେ ସମସ୍ତ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ପରିମାଣରେ ଟୀକାକରଣ ପ୍ରସ୍ତୁତି କରନ୍ତୁ, କାରଣ ମାର୍ଚ୍ଚରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ କରାଯିବ। ସପ୍ତାହରେ ଅତିକମରେ ୪ ଦିନ କରୋନା ଟୀକାକରଣ କାର୍ଯ୍ୟକ୍ରମ ଚାଲିବ ଓ ମାର୍ଚ୍ଚରୁ ବିସ୍ତାରିତ ଭାବରେ ହେଉ। ଏହି ପତ୍ରରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ମାର୍ଚ୍ଚ ତାରିଖରୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ଡାକ୍ତରଖାନା, ମେଡିକାଲ କଲେଜ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଉପ-କେନ୍ଦ୍ରରେ ବ୍ୟବସ୍ଥା କରିବାକୁ କୁହାଯାଇଛି।
ରିପୋର୍ଟ ଅନୁସାରେ, ଦେଶରେ ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକ ୨୭ କୋଟି ରହିଛନ୍ତି, ଯେଉଁମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ କରୋନା ଭ୍ୟାକସିନ୍ ଲଗାଯିବ, କିନ୍ତୁ ,ଏହାଦ୍ବାରା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯିବ। ଏହା ସହିତ ଏମାନଙ୍କୁ ଦୁଇଟି ଗୋଷ୍ଠୀରେ ବାଣ୍ଟି ଦିବଯିବ। ଗୋଟିଏ ଗୋଷ୍ଠୀ ହେବ, ଯିଏ ମାଗଣାରେ ଭ୍ୟାକସିନ୍ ନେବେ, ସେଭଳି ଦ୍ବିତୀୟ ଗୋଷ୍ଠୀ ଏଥିପାଇଁ ଟଙ୍କା ଦେବେ।