ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ନୟାଗଡ଼ରେ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ

ଭୁବନେଶ୍ୱର ୧୨-୦୩ :  କରୋନାକୁ ନେଇ ଦେଶ ସାରା ଭୟଙ୍କର ସ୍ଥିତି ଉପୁଜିଥିବା ବେଳେ ଏବେ ନୟାଗଡ଼ରୁ ଏକ ଖବର ସାମନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଛି।  ।

ସୂଚନା ମୁତାବକ , ନୟାଗଡ ଜିଲ୍ଲାରୁ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧ ହେଲେ ଫତେଗଡ ଥାନା ଅଂଚଳର । ଗତ ଦୁଇଦିନ ତଳେ ସେ ତାମିଲନାଡୁ ରୁ ଗାଁକୁ ଫେରିଥିଲେ । ଅଧିକ ପରୀକ୍ଷା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖନୀୟଯେ ,ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । କେରଳ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସବୁଠାରୁ ଅଧକ ମାମଲା ସାମ୍ନାକୁ ଆସିଛି । ସମୁଦାୟ ୭୩ ମାମଲାରେ ୫୬ ଭାରତୀୟ ନାଗରିକ ଓ ୧୭ ବିଦେଶୀ ଅଛନ୍ତି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ମହାମାରୀ ଘୋଷଣା କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସିନେମା ହଲ୍ ବନ୍ଦ ରହିବ । ଏହା ବ୍ୟତୀତ ଯେଉଁ ସ୍କୁଲ-କଲେଜରେ ପରୀକ୍ଷା ନାହିଁ ସେଗୁଡିକୁ ମଧ୍ୟ ବନ୍ଦ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.