ବାଦୁଡି ପରେ ବଜ୍ରକାପ୍ତାରେ ମିଳିଲା କରୋନା ଭାଇରସ୍‌ – ଗବେଷଣା

pangolin

ନୂଆଦିଲ୍ଲୀ – ବାଦୁଡିରୁ କରୋନା ଭାଇରସ୍‌ ମଣିଷଙ୍କୁ ବ୍ୟାପିଥିବା ଚୀନ୍‌ର ବିଶେଷଜ୍ଞମାନେ ଦାବି କରିଛନ୍ତି । ମାତ୍ର ଏବେ ଚୀନ୍‌କୁ ଚୋରାରେ ରପ୍ତାନୀ କରାଯାଉଥିବା ବଜ୍ରକାପ୍ତାରୁ କରୋନା ଭାଇରସ୍‌ ବ୍ୟାପୁଥିବା ବୈଜ୍ଞାନିକମାନଙ୍କୁ ପ୍ରମାଣ ମିଳିଛି । ଚୀନ୍‌ରେ ବଜ୍ରକାପ୍ତାରୁ ବିଭିନ୍ନ ପାରମ୍ପରିକ ଔଷଧ ତିଆରି ହୁଏ ଏଥିପାଇଁ ଚୀନ୍‌ର ଲୋକ ଚଢା ଦାମରେ ବଜ୍ରକାପ୍ତା କିଣି ଥାଆନ୍ତି । ମାତ୍ର ଏଥିରେ ଭୟଙ୍କର କରୋନା ଭାଇରସ୍‌ର ଭୁତାଣୁ ମିଳିଥିବା ନେଚର ଜର୍ଣ୍ଣାଲ୍‌ର ଏକ ଗବେଷଣାମୂଳକ ପ୍ରବନ୍ଧରେ ପ୍ରକାଶିତ ହୋଇଛି । ବଜ୍ରକାପ୍ତାକୁ ପାଳନ କିମ୍ବା ଏହାର ସଂରକ୍ଷଣ କରୁଥିବା ଲୋକ ଅଧିକ ସଚେତନ ଓ ସୁରକ୍ଷିତ ହେବା ପାଇଁ କୁହାଯାଇଛି । ଏବେ ଯେଉଁ ମାହାମାରୀ ବ୍ୟାପିଛି ସେଥିରେ ଦୁଇଟି ଶ୍ରେଣୀର କରୋନା ଭୁତାଣୁ ଦାୟୀ ବୋଲି କୁହାଯାଉଛି ।

ହଂଗକଂଗ ୟୁନିଭରସିଟିର ଗବେଷକ ଡକ୍ଟର ଟମି ଲାମ୍‌ ମାଲେସିଆରୁ ଚୀନ୍‌କୁ ଚୋରାରେ ରପ୍ତାନୀ କରାଯାଉଥିବା ବଜ୍ରକାପ୍ତା ଉପରେ ଗବେଷଣା କରିଥିଲେ । ଏଥିରେ କରୋନା ଭୁତାଣୁ ଥିବା ପ୍ରମାଣ ମିଳିଛି । ଏଥିପାଇଁ ହଂଗକଂଗ ଓ ଚୀନ୍‌ର ମାର୍କେଟ୍‌ରେ ବଜ୍ରକାପ୍ତା ମାଂସ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଦାବି ହୋଇଛି । ଭବିଷ୍ୟତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାର ମାଂସ ଓ ଶରୀରର ଅନ୍ୟ ଅଂଶ ବିକ୍ରି ଉପରେ କଟକଣା ଲଗାଇବା ପାଇଁ କୁହାଯାଇଛି ।

ବାଦୁଡିରେ ବି ମଣିଷକୁ ବ୍ୟାପୁଥିବା କରୋନା ଭାଇରସ୍‌ ରହିଛି। କରୋନା ଭାଇରସ୍‌ର ଅନ୍ୟ ଦୁଇ ନାମ କେଭିଡ୍‌-୧୯ ଓ ସାର୍ସ କୋଭିଡ୍‌-୨ । ବାଦୁଡିରୁ ଏହି ସଂକ୍ରମଣ ବ୍ୟାପି ପାରିଥାଏ . କାରଣ ଚୀନ୍‌ରେ ବାଦୁଡି ମାଂସର ବହୁଳ ବ୍ୟବହାର ରହିଛି । ବଜ୍ରକାପ୍ତାରେ ମଧ୍ୟ କରୋନା ଭାଇରସ୍‌ ରହିଛନ୍ତି । ଏହା ସହ ଅନ୍ୟ କେତକ ଜୀବରେ ମଧ୍ୟ କରୋନା ଭାଇରସ୍‌ ରହିପାରି ଥଆନ୍ତି ବୋଲି ସିଡିନ୍‌ ୟୁନିଭରସିଟିର ଗବେଷକ ତଥା ପ୍ରଫେସର ଏଡଓ୍ୱାର୍ଡ ହୋମସ୍‌ କହିଛନ୍ତି । ଅଶ୍ୱଖୁରାକୃତି ବାଦୁଡିରେ ଅଧିକ କରୋନା ଭୁତାଣୁ ରହିଛି ।

ଚୀନ୍‌ ଏବେ ବିଭିନ୍ନ ବନ୍ୟ ଜନ୍ତୁଙ୍କ ମାଂସ ବିକ୍ରି ଉପରେ କଟକଣା ଜାରି କରିବା ପାଇଁ ଯାଉଛି ।

   ସମ୍ବନ୍ଧିତ ଖବର


ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

୨୧୭ କରୋନା ଆକ୍ରାନ୍ତ ସୁସ୍ଥ

କରୋନା କିଲର ଭାଇରସ୍‌ର ସାଂଘାତିକ ସତ୍ୟ- ଚୀନ୍‌ ବୈଜ୍ଞାନିକ ଭାଇରସ୍‌କୁ ଗବେଷଣା ବେଳେ ଅଧିକ ମାରାତ୍ମକ ଓ ସଂକ୍ରମିତ କରିଥିଲେ

ଆବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ-ସାନିଟାଇଜର, ବଢିପାରେ ଦାମ୍

କରୋନାକୁ ହରାଇଲା ୧୭ ଜଣିଆ ପରିବାର: ଏକାଠି ରହିଥିଲେ, ଖାଇଥିଲେ.. କାହାକୁ ନେଇପାରିଲାନି ଭୂତାଣୁ

ବିତରକଙ୍କୁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋମିଓପାଥି ବଣ୍ଟନ