ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ବେଳେ ୨ କରୋନା ସଂକ୍ରମିତ ଯାତ୍ରୀଙ୍କୁ ଚିହ୍ନଟ

କୋଲକାତା,୧୨।୨: ଗତ କିଛି ଦିନ ଧରି କରୋନା ଭାଇାସ୍ କାରଣରୁ ସାରା ବିଶ୍ବରେ ଖେଳି ଯାଇଛି ଆତଙ୍କ। ଚୀନରେ ଏ​‌ପର୍ଯ୍ୟନ୍ତ ୧୫ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ମହାମାରୀ ରୂପ ନେଇଥିବା କରୋନା ଭାଇରସକୁ ନେଇ ପ୍ରତିଦିନ କିଛି ନୂଆ କଥା ଶୁଣିବାକୁ ମିଳୁଛି। ବିଶ୍ବର ପ୍ରାୟ ୨୭ରୁ ଅଧିକ ଦେଶରେ ଏହି ଭାଇରସ୍ କାୟା ବିସ୍ତାର କରିଥିବା ବେଳେ ଭାରତ ମଧ୍ୟ ଲୋକଙ୍କର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛି।  କୋଲକତା ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ବେଳେ ଆଜି କରେନା ସଂକ୍ରମିତ ୨ ଜଣ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି।

ମଙ୍ଗଳବାର ହିମାଦ୍ରୀ ବର୍ମନ ନାମକ  ଜଣେ ଯାତ୍ରୀ ଓ ବୁଧବାର ନଗେନ୍ଦ୍ର ସିଂ  ବ୍ୟାଙ୍କକରୁ ଆସିଥିବା ବେଳେ ଆଜି କୋଲକାତାର NSCBI ଏୟାରପୋର୍ଟରେ ୨ ଜଣ ଯାତ୍ରୀ କରୋନା ଭାଇରସ୍ ପୀଡିତ ହୋଇଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି। ବିମାନବନ୍ଦରର ନିର୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପୀଡିତଙ୍କୁ ନିକଟରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ଏହି ଘଟଣାପରେ ପଶ୍ଚିମବଙ୍ଗରେ କରୋନା ପୀଡିତଙ୍କ ସଂଖ୍ୟା ୩ରେ ପହଁଞ୍ଚିଛି।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ