୩ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ମୋଦି, କହିଲେ- ଯେଉଁଠି ସବୁଠୁ ଅଧିକ କରୋନା ମାମଲା ସେଠାରେ ଜାରି ରହିବ ଲକଡାଉନ୍

ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ୍ ମହାମାରୀ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ଖୋଲିବା ନେଇ ଚର୍ଚ୍ଚା କରିଥିଲେ ଓ କହିଥିଲେ ଏହା ଉପରେ ଏକ ନୀତି ପ୍ରସ୍ତୁତ କରିବା ଦରକାର। ଯାହା ଉପରେ ରାଜ୍ୟ ସରକାରଙ୍କୁ ବିସ୍ତାରିତ ଭାବରେ କାମ କରିବାକୁ ହେବ। ଯେଉଁଠି ସବୁଠୁ ଅଧିକ କରୋନା ମାମଲା ସେଠାରେ ଜାରି ରହିବ ଲକଡାଉନ୍ ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା କରନ୍ତୁ ନାହିଁ।ଆମର ଅର୍ଥବ୍ୟବସ୍ଥା ଭଲ ଅଛି। କେନ୍ଦ୍ର ମନ୍ତ୍ରଣାଳୟ ଦେଶର ଭିନ୍ନ ଭିନ୍ନ ଜିଲାକୁ ଜୋନ୍ ହିସାବରେ ବାଣ୍ଟି ନେଇଛନ୍ତି, ଏବେ ପ୍ରାୟ ୧୭୦ରୁ ଅଧିକ ରେଡ୍ ଜୋନ୍ ରହିଛି। ତଥାପି ଅର୍ଥବ୍ୟବସ୍ଥାକୁ ଗୁରୁତ୍ବ ଦେବା ସହିତ ଟେକ୍ନୋଲୋଜିର ବ୍ୟବହାର କରାଯିବା ଉଚିତ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ କହିଥିଲେ, ରାଜ୍ୟ ସରକାର ନିଜର ନୀତି ପ୍ରସ୍ତୁତ କରନ୍ତୁ ଓ କେଉଁଭଳି ଭାବରେ ଲକଡାଉନ୍ ଖୋଲାଯିବ ଏଥିରେ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନ ରାଜ୍ୟ ନିଜର ଅଞ୍ଚଳରେ ଲକଡାଉନକୁ ଖୋଲି ଦିଆଯାଇପାରେ। ଯେଉଁ ରାଜ୍ୟରେ ଅଧିକ ମାମଲା ରହିଛି ସେଠାରେ ଲକଡାଉନ ଜାରି ରହିବ। ଯେଉଁ ରାଜ୍ୟରେ କମ୍ ରହିଛି ସେଠାରେ ଆଶ୍ବସ୍ଥି ମିଳିବ। ଏହି ସମୟରେ ମଣିପୁର, ମିଜୋରାମ, ମେଘାଳୟ, ଓଡିଶା, ବିହାର, ଗୁଜରାଟ, ହିମାଚଳ ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢାଇବାକୁ ସମର୍ଥନ କରିଛନ୍ତି।

ଉଲ୍ଲେଖନୀୟ ଯେ, କରୋନା ଭାଇରସ୍ ସଙ୍କଟ କାରଣରୁ ଦେଶରେ ୩ ମଇ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହୋଇଛି। ଏହା ଭିତରେ ଆଗକୁ ରଣନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତଅୀଙ୍କ ସହିତ ଚର୍ଚ୍ଚା କରିଥିଲେ। ଏଥିରେ ବହୁ ରାଜ୍ୟ ପକ୍ଷରୁ ଲକଡାଉନକୁ ବଢାଇବା ଓ ଫେଜ୍ ଓ୍ବାଇଜ୍ ଲକଡାଉନ ହଟାଇବାର ପ୍ରସ୍ତାବ ରଖିଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ କହିଥିଲେ ରାଜ୍ୟ ସରକାରମାନେ ଭଲ କାମ କରିଛନ୍ତି, ଲକଡାଉନ କାରଣରୁ ଆମକୁ ଲାଭ ମିଳିଛି।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ