ମୁମ୍ବାଇର ବସ୍ତି ଅଞ୍ଚଳରେ ପହଁଞ୍ଚିଲା କରୋନା ଭାଇରସ୍, ପରିସ୍ଥିତି ହୋଇପାରେ ସାଂଘାତିକ

ମୁମ୍ବାଇ,୨୬।୩: ସାରା ବିଶ୍ବ ସହିତ ଭାରତରେ ମଧ୍ୟ କରୋନା ଭାଇରସ୍ ବିରୁଦ୍ଧରେ ଲଢେଇ ଚାଲିଛି। କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିବାବେଳେ ଏବେ ଏକ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି। ଏହି ଚ୍ୟାଲେଞ୍ଜ  ମୁମ୍ବାଇର ବସ୍ତି ଅଞ୍ଚଳରେ ସୃଷ୍ଟି ହୋଇଛି। କାରଣ ବସ୍ତି ଅଞ୍ଚଳରେ ଏବେ କରୋନା ଭାଇରସ୍ ପହଁଞ୍ଚି ଯାଇଛି। ଏହି ବସ୍ତି ଓ ଚଲ୍ ଗୁଡିକରେ ଗହଳି ଓ ଲାଗି ଲାଗି ରହିଥାଏ । ଏବଂ ସେଠାରେ ପରସ୍ପରଠାରୁ ଦୂରତ୍ବ ରଖିବା ମଧ୍ୟ କଷ୍ଟକର।  ୧ ସପ୍ତାହ ଭିତରେ ଏହି ବସ୍ତି ଗୁଡିକରୁ ୪ଟି ନୂଆ ମାମଲା ନଜର ଆସିଛି। ମୁମ୍ବାଇର ପରେଲର ଏକ ଚଲରେ ରହୁଥିବା ଜଣେ ୬୫ ବର୍ଷୀୟା ବୃଦ୍ଧା ଏବଂ କାଲିନର ଜମ୍ବାଲିପାଡା ବସ୍ତି ଅଞ୍ଚଳରେ ରହୁଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି।

ସେଭଳି ଘାଟକୋପର ଅଞ୍ଚଳରେ ଥିବା ବସ୍ତିରେ  ଜଣେ ୨୫ ବର୍ଷୀୟ ଯୁବକ ଓ ସେହି ବସ୍ତିର ଆଉ ଚଣେ ୬୮ ବର୍ଷୀୟା ମହିଳା କରୋନା ସଂକ୍ରମିତ ହୋଇଛନ୍ତି। ବସ୍ତି ଗୁଡିକରେ ଥିବା ଅଧିକାଂଶ ଘର ଟିଣରେ ତିଆରି କରାଯାଇଥାଏ। ସେଠାକାର ଲୋକେ ଗୋଟିଏ ଶୌଚାଳୟ ମଧ୍ୟ ବ୍ୟବହାର କରିଥାନ୍ତି।

 ୧୦ ଫୁଟ୍ ଲମ୍ବା ଓ ୮ ଫୁଟ୍ ଚଉଡା  ଛୋଟ ଏବଂ ଅଣଓସାରିଆ ଘରେ ପ୍ରାୟ ୬ ମେମ୍ବର ବିଶିଷ୍ଟ ପରିବାର ରହିଥାନ୍ତି। ଯେଉଁଠି ଥରେ କରୋନା ଭାଇରସ୍ ପଶିବା ପରେ ଅନ୍ୟମାନେ ସଂକ୍ରମିତ ହେବାର ସମ୍ଭାବନା ବେଶ୍ ଅଧିକ। ଯାହାକି ପରେ ଭୟାବହ ରୂପ ନେଇପାରେ। ଏବେ ଏହି ଘଟଣା ଜଣାପଡିବା ପରେ  ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌