ଓଡ଼ିଶାର ୧୦ ଜିଲ୍ଲାରେ କରୋନା ଚିନ୍ତା

ଭୁବନେଶ୍ୱର : ଓଡ଼ିଶାର ୧୦ଟି ଜିଲ୍ଲାରେ କରୋନା ଚିନ୍ତା ବଢ଼ି ଚାଲିଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଜେଶ ଭୂଷଣ । ଏହି କରୋନା ସଂକ୍ରମଣ ବୃଦ୍ଧି ନେଇ , ଟେଷ୍ଟିଂ ଟ୍ରାକିଂ ଓ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
ଉଲ୍ଲେଖନୀୟ ଯେ, କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢ଼ାଇଛି। ଯାହାର ଫଳ ସ୍ୱରୂପ ଏବେ ସଂକ୍ରମଣ ଦିନକୁ ଦିନ ଡରାଉଛି। ୨୪ ଘଣ୍ଟା ରାଜ୍ୟରେ ୧୫ ଟି ଜିଲ୍ଲାରୁ ୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୭୪ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।