PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଅଗଷ୍ଟରେ କରୋନାର ତୃତୀୟ ଲହର, ଅକ୍ଟୋବରରେ ପିକ୍‌ରେ ପହଁଞ୍ଚିବ ମହାମାରୀ

https://www.reuters.com

ନୂଆଦିଲ୍ଲୀ,୨।୮: ଭାରତରେ କରୋନାର ଦ୍ବିତୀୟ ଲହରୀର ପ୍ରକୋପ ଏବେ ବି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି। ବିଶେଷଜ୍ଞମାନେ ତୃତୀୟ ଲହରୀକୁ ନେଇ ଚେତାବନୀ ଜାରି କରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟ ମାସରେ କରୋନାର ତୃତୀୟ ଲହରୀ ଆସିପାରେ। ଯେଉଁଥିରେ ପ୍ରତିଦିନ ଏକ ଲକ୍ଷ କରୋନା ମାମଲା ଦେଖିବାକୁ ମିଳିପାରେ। ଏହା ସହିତ କୁହାଯାଉଛି  ଯେ, ଖରାପ ସ୍ଥିତିରେ କରୋନାର ମାମଲା ଦେଢ ଲକ୍ଷ ପର୍ଯ୍ୟନ୍ତ ପହଁଞ୍ଚି ପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟ ମାସ ଆରମ୍ଭରୁ ହେବାକୁ ଥିବା ତୃତୀୟ ଲହରୀ ଅକ୍ଟୋବରରେ ପିକ୍‌ରେ ଯାଇପାରେ। ଦ୍ବିତୀୟ ଲହରୀରେ ଅବ୍ୟବସ୍ଥିତ ସ୍ବାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଖୁବ୍ ଭୟଙ୍କର ଥିଲା, ଯଦି ତୃତୀୟ ଲହରୀରେ ତା’ଠାରୁ ଅଧିକ ହୁଏ ତେବେ ଦେଶ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ।

ହାଇଦ୍ରାବାଦ ଓ କାନପୁର ଆଇଆଇଟିରେ ମଥୁକୁମଲ୍ଲୀ ବିଦ୍ୟାସାଗର ଓ ମନିନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ବରେ କରାଯାଇଥିବା ଷ୍ଟଡି ନେଇ ବ୍ଲୁମବର୍ଗ ସୂଚନା ଦେଇଛି ଯେ, କରୋନା ମାମଲାରେ ହେଉଥିବା ବୃଦ୍ଧି କରୋନା ମହାମାରୀର ତୃତୀୟ ଲହରୀକୁ ଆଗକୁ ବଢାଇବ।  ଅକ୍ଟୋବରରେ ପିକ୍‌ରେ ପହଁଞ୍ଚିବ। ବିଶେଷଜ୍ଞଙ୍କ କହିବା ଅନୁସାରେ, କେରଳ ଓ ମହାରାଷ୍ଟ୍ରରେ ଯେଉଁଭଳି କରୋନା ମାମଲା ସାମନାକୁ ଆସୁଛି ସେଥିରୁ ସ୍ଥିତି ଖରାପ ହୋଇପାରେ।

କରୋନାର ଦ୍ୱିତୀୟ ଲହରୀ ଭଳି  ତୃତୀୟ ଲହରୀ ବିପଜ୍ଜନକ ହୋଇନପାରେ। କିନ୍ତୁ ବିଶେଷଜ୍ଞମାନେ କରୋନାର ସ୍ଥିତି ବିଷୟରେ ଯେଉଁ ଭଳି ଆକଳନ କରିଥିଲେ ତାହା ଏକ ଗାଣିତିକ ମଡେଲ ଉପରେ ଆଧାରିତ ଥିଲା । ମଇ ମାସରେ, ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର କହିଥିଲେ, ଯେ ଗାଣିତିକ ମଡେଲ ଉପରେ ଆଧାର କରି ଆଗାମୀ ଦିନରେ ଭାରତର କରୋନା ଭାଇରସ ପ୍ରକୋପ ବୃଦ୍ଧି ହୋଇପାରେ। ଭାରତରେ ରବିବାର କରୋନାର ୪୧,୮୩୧ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିବା ବେଳେ ୫୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାର କେରଳ, ମହାରାଷ୍ଟ୍ର ଓ ପୂର୍ବୋତ୍ତର ରାଜ୍ୟ ସହିତ ୧୦ ରାଜ୍ୟକୁ ଚେତାବନୀ ଦେଇଛନ୍ତି ଯେ, ବଢୁଥିବା ସଂକ୍ରମଣ ଭିତରେ ତାଙ୍କୁ କରୋନାର ପ୍ରସାର ରୋକିବା ପାଇଁ ପଦକ୍ଷେପ ନେବା ଦରକାର।

ସମ୍ବନ୍ଧିତ ଖବର