ମୁମ୍ୱାଇରେ ପୁଣି ବଢ଼ିଲା କରୋନା ସଂକ୍ରମଣ ! ବିଏମ୍ସି ସିଲ୍ କଲା ୧୩୦୫ଟି ବିଲ୍ଡିଂ

https://www.aajtak.in/
ମୁମ୍ୱାଇ : ମୁମ୍ୱାଇରେ ପୁଣି କରୋନାର ଆତଙ୍କ । ଏଠାରେ ସଂକ୍ରମଣ ପୁଣି ତାର କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରି ଦେଇଛି । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହି କାରଣରୁ ବିଏମ୍ସି ହଜାରରୁ ଅଧିକ ବିଲ୍ଡିଂକୁ ସିଲ୍ କରିଦେଇଛି । ମହାନଗରପାଳିକା ୧୩୦୫ଟି କୋଠାକୁ ସିଲ୍ କରି ଦେଇଛି । ଏହି କୋଠାରେ ୭୧,୮୩୮ଟି ପରିବାର ରହୁଛନ୍ତି । ମୁମ୍ୱାଇରେ ୨୭୪୯ ଟି କେସ୍ ବାହାରିବା ପରେ ବିଏମ୍ସି ଏହି ନିଷ୍ପତ୍ତି ନେଇଛି ।
ମହାରାଷ୍ଟ୍ରରେ ୩ମାସ ପରେ ପ୍ରଥମ ଥର ଶୁକ୍ରବାର କୋଭିଡ୍-୨୯ର ୬ ହଜାରଟି ନୂଆ ମାମଲା ଆସିଛି । ସଂକ୍ରମଣର ୬୧୧୨ଟି ନୂଆ ମାମଲାରେ ଅଧିକାଂଶ ଅକୋଲା , ପୁଣେ ଓ ମୁମ୍ୱାଇ ଅଞ୍ଚଳରୁ ଆସିଛି । ଏହା ପୂର୍ବରୁ ରାଜ୍ୟରେ ୩୦ ଅକ୍ଟୋବରରେ ଗୋଟିଏ ଦିନରେ ୬୦୦୦ରୁ ଅଧିକ ମାମଲା ଆସିଥିଲା ଏବଂ ଏହାପରେ ମାମଲାର ସଂଖ୍ୟା ହ୍ରାସ ପାଇଥିଲା ।
ସଂକ୍ରମଣର ଏହି ନୂଆ ମାମଲା ସହ ସଂକ୍ରମିତଙ୍କ ସଂଖ୍ୟା ୨୦,୮୭,୬୩୨ ରେ ପହଞ୍ଚି ଯାଇଛି । । ୪୪ଜଣ ଲୋକଙ୍କ ମୃତ୍ୟୁ ହେବା ଫଳରେ ମୃତକଙ୍କ ସଂଖ୍ୟା ୫୧,୭୧୩ ହୋଇଯାଇଛି । ଏହି ୪୪ ଜଣ ମୃତ୍ୟୁରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଗତ ୪୮ ଘଣ୍ଟାରେ ହୋଇଛି । ୧୦ ଜଣଙ୍କର ମୃତ୍ୟୁ ଗତ ସପ୍ତାହରେ ହୋଇଥିଲା ଏବଂ ୧୫ ଜଣଙ୍କର ମୃତ୍ୟୁ ଏହାର ପୂର୍ବରୁ ହୋଇଥିଲା ।