PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଦିଲ୍ଲୀରେ ୧୮+ର ସରକାରୀ ଭାକ୍‌ସିନେସନ ସେଣ୍ଟର ଗୋଟିଏ ସପ୍ତାହରୁ ବନ୍ଦ , ସରକାର କେନ୍ଦ୍ରରୁ ମାଗିଲା ଭାକ୍‌ସିନ୍‌

ନୂଆଦିଲ୍ଲୀ :  ଦିଲ୍ଲୀ ସରକାରଙ୍କ ତରଫରୁ ଜାରି ଭାକ୍ସିନେସନ ବୁଲେଟିନ୍‌ ମୁତାବିକ୍‌  ରବିବାର ଦିଲ୍ଲୀରେ ୪୫ + ବୟସର ଲୋକଙ୍କ ପାଇଁ ପାଖାପାଖି ୧ଲକ୍ଷ ୯ହଜାର ଭାକ୍‌ସିନ୍‌ ଡୋଜ୍‌ର ସପ୍ଲାଇ କରାଯାଇଛି । ଏଥିରେ କୋଭାକ୍ସିନର ୨୫,୦୦୦ଡୋଜ୍‌ ଓ କୋଭିଶୀଲ୍ଡର ୮୩,୯୭୦ ଡୋଜ୍‌ ରହିଛି ।

ଦିଲ୍ଲୀରେ ବର୍ତ୍ତମାନ ହେଲଥ୍‌ କେୟାର ୱାର୍କସ, ଫଣ୍ଟଲାଇନ୍‌ ୱାର୍କସ୍ ଓ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ପାଇଁ କୋଭାକ୍ସିନ୍‌ର ୪ଦିନର ଷ୍ଟକ୍‌ ରହିଛି । ସେପଟେ ୨୦ଦିନ ପାଇଁ କୋଭିଶିଲ୍ଡ ବଳକା ରହିଛି। କହି ରଖୁଛୁ କି ୨୮ ମଇରେ କେବଳ ୯୭୫୭ଲୋକଙ୍କୁ ହିଁ ଭାକ୍‌ସିନ୍‌ ଦିଆଯାଇଛି । ଦିଲ୍ଲୀରେ ଭାକ୍ସିନେସନର ମୋଟ ସଂଖ୍ୟା ୫୩,୫୨,୦୭୪ ହୋଇଛି । ୪୯୫ଟି ସେଣ୍ଟରର ୭୧୭ଟି ସାଇଟ୍‌ରେ ୪୫+ ବୟସର ଲୋକଙ୍କୁ  ଭାକ୍‌ସିନ୍ ଦିଆଯାଉଛି , ସେପଟେ ୧୮+ ଲୋକଙ୍କର ସବୁ ସେଣ୍ଟର ବନ୍ଦ ରହିଛି ।

ହେଲଥ୍ କେୟାର ୱାର୍କର, ଫ୍ରଣ୍ଟଲାଇନ୍‌ ୱାକର ଓ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଭାକ୍‌ସିନ୍‌ ଷ୍ଟକ୍‌ ୪,୮୦,୦୫୦ ରହିଛି । ଏଥିରେ କୋଭାକ୍ସିନ୍‌ ୬୪,୦୭୦ (ଏବେ ସୁଦ୍ଧା ୧୫,୧୫,୬୯୦ ଡୋଜ୍‌ ମିଳିଛି, ୧୪,୧୫,୬୨୦ ଡୋଜ୍‌ ବ୍ୟବହାର ହୋଇଛି) ରହିଛି।  ସେପଟେ କୋଭିଶିଲ୍ଡର ଷ୍ଟକ୍‌ ୪,୧୫,୯୮୦( ଏବେ ସୁଦ୍ଧା ମିଳିଛି ୩୪,୮୪,୪୨୦ ଡୋଜ୍‌, ବ୍ୟବହାର ହୋଇଛି ୩୦,୭୦,୪୪୦)ରହିଛି ।