PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଭାରତରେ ଟଳିନି ସଙ୍କଟ : ସେପ୍ଟେମ୍ବରରେ ଶୀର୍ଷକୁ ଛୁଇଁବ କରୋନା ଗ୍ରାଫ୍ !

aajtak.intoday.in

ନୂଆଦିଲ୍ଲୀ,୭/୦୮: ଭାରତରେ ତୃତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଆରମ୍ଭ ହୋଇଯାଇଛି । ଏହା ସହ ଦୈନିକ ୫୦,୦୦୦ ପାଖାପାଖି ନୂଆ କରୋନା ମାମଲା ଆସୁଛି । ଏତେ ସଂଖ୍ୟାରେ ନୂଆ ମାମଲା ଆସିବା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ତେବେ ଭାରତ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଖରାପ ସ୍ଥିତି ଦେଖିନି । ସେପ୍ଟେମ୍ବର ମାସ ବେଳକୁ ଦେଶରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେବେ ବୋଲି ଆଇସିଏମ୍‌ଆର୍‌ ମହାମାରୀ ଏବଂ ସଂକ୍ରମକ ରୋଗ ମୁଖ୍ୟ ଡା. ଲଳିତ କାନ୍ତ ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ମାସ ବେଳକୁ ଦେଶର କରୋନା ଗ୍ରାଫ ଶୀର୍ଷରେ ପହଞ୍ଚିବ ବୋଲି ସେ ଆଶଙ୍କା କରିଛନ୍ତି ।

ସେ କହିଛନ୍ତି, ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଜୁଲାଇ ବେଳକୁ ଦେଶରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେବେ । ଜୁଲାଇ ପରେ ଏହି ସଂଖ୍ୟା ଧିରେଧିରେ ହ୍ରାସ ଘଟିବ । କିନ୍ତୁ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି । ଜୁଲାଇ ନୁହେଁ ବରଂ ସେପ୍ଟେମ୍ବରରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେବ ବୋଲି ସେ କହିଛନ୍ତି । ଏହା ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ଘଟିବ ବୋଲି ଅନୁମାନ କରାଯାଇଛି । ତେବେ ଲୋକଙ୍କ ଚାଲିଚଳଣୀ ଏବଂ ସତର୍କତା ଉପରେ ଏସବୁ ନିର୍ଭର କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ଲକ୍ଷଣ ଏବଂ ଫ୍ଲ୍ୟୁ ଜନିତ ରୋଗର ଲକ୍ଷଣ ପ୍ରାୟତଃ ସମାନ । ଏଣୁ ସେପ୍ଟେମ୍ବରରେ ବର୍ଷା ପାଗ କାରଣରୁ ଦେଶରେ ଏହି ସଂଖ୍ୟା ବଢ଼ିପାରେ । ସେପ୍ଟେମ୍ବର ପରେ ମାମଲାରେ ହ୍ରାସ ଘଟିବା ଅନୁମାନ କରାଯାଉଥିଲେ ମଧ୍ୟ ଦେଶରେ ପୁଣିଥରେ କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ରହିଛି । ଅନ୍ୟ କେତେକ ଦେଶରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଛି । ଦେଶର ବିଭିନ୍ନ ଅଞ୍ଚଳରେ ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟା ଭିନ୍ନ ରହିଥିବାରୁ ପ୍ରତ୍ୟେକ ସ୍ଥାନରେ କରୋନା ଗ୍ରାଫ ଭିନ୍ନ ଭିନ୍ନ ରହିଥିବା ସେ ପ୍ରକାଶ କରିଛନ୍ତି ।

କରୋନାର ଦ୍ୱିତୀୟ ଲହରିକୁ ରୋକିବା ପାଇଁ ଅନ୍ୟ ଦେଶ ଭଳି ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବେଲଜିୟମରେ ଦ୍ୱିତୀୟ ଲହରୀ ରୋକିବାକୁ ୮୩ଟି ପର୍ଯ୍ୟାର ଯୋଜନା ପ୍ରସ୍ତୁତ ହୋଇଛି । ଅଷ୍ଟ୍ରେଲିଆର କେତେକ ରାଜ୍ୟରେ ଜରୁରୀକାଳିନ ସ୍ଥିତି ଘୋଷିତ ହୋଇଛି । ଫ୍ରାନ୍ସ ଏବଂ ନରୱେରେ ଯାତାୟତ ଉପରେ ରୋକ ଲଗାଯାଇଛି । ବ୍ରିଟେନରେ ମଧ୍ୟ କେତେକ ପଦକ୍ଷେପ ଗ୍ରହଣ ହୋଇଛି ।

ସେହିଭଳି ଭାରତରେ ଦ୍ୱିତୀୟ ଲହରି ରୋକିବାକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରିବା, ହଟ୍‌ସ୍ପଟରେ ଲକଡାଉନକୁ କଡାକଡି ଭାବେ ମାନିବା ଭଳି ନିୟମ ପାଳନ କରିବାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।