କରୋନା ନେଲା ବଲିଉଡ୍‌ର ପ୍ରଥମ ମୁଣ୍ଡ- ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ କରୋନା ଓ କିଡ୍‌ନୀ ଫେଲୁଅର୍‌ ଯୋଗୁଁ ମୃତ୍ୟୁ

ମୁମ୍ବାଇ : ବଲିଉଡର ଜଣାଶୁଣା ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ ହୋଇଛି।ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୱାଜିଦ ଗାୟକ ଭାବେ ସଲମାନ ଖାନଙ୍କ ପାଇଁ ‘ହମକା ପିନି ହେ’, ‘ମେରା ଜଲବା’ ସମେତ ଅନେକ ହିଟ ଗୀତ ଗାଇଥିଲେ। ତେବେ ହୃଦ ରୋଗ ଓ କିଡ୍‌ନୀ ଫେଲୁଅର୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ସୂଚନା ମିଳିଥିଲା । ସେ କରୋନା ଆକ୍ରାନ୍ତ ହୋଇଥିବା କଥା ତାଙ୍କ ମୃତ୍ୟୁ ପ୍ରମାଣ ପତ୍ରରେ ଉଲ୍ଲେଖ ଅଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଜାରି କରାଯାଇଥିବା ମୃତ୍ୟୁ ପ୍ରମାଣ ପତ୍ରରେ ସେ କୋଭିଡ୍‌-୧୯ ରହିଥିବା ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଓ୍ୱାଜିଦ୍‌ ଖାନ୍‌ଙ୍କୁ କୀଡ୍‌ନୀ ରୋଗରେ ପୀଡିତ ଥିଲେ , ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ ମୁମ୍ବାଇ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ଚିମ୍ବୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଶେଷରେ ଗତକାଲି ବିଳମ୍ବିତ ରାତିରେ ଆଖୁବୁଜି ଦେଇଛନ୍ତି ଓ୍ୱାଜିଦ୍‌ ଖାନ୍‌ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ କୀଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିଲା । ତେବେ ରବିବାର ଦିନ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂରା ବିଗିଡାବକୁ ଲାଗିଥିଲା । ଡାକ୍ତରଙ୍କୁ ବହୁ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । କୀଡନୀ ରୋଗ ଯୋଗୁଁ ତାଙ୍କ ଇମ୍ୟୁନିଟି ଲେବଲ ବହୁତ କମ୍‌ ହୋଇଯାଇଥିଲା ତେବେ କରୋନା ଥିବା ଯୋଗୁଁ ୱାଜିଦଙ୍କ ଅନ୍ତିମ ଯାତ୍ରାରେ ଅଳ୍ପ କିଛି ଲୋକ ହିଁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି।

ୱାଜିଦଙ୍କ ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଅନେକ ସଂଗୀତକାର ତଥା ଗାୟକ ୱାଜିଦଙ୍କ ନିଧନକୁ ବଲିଉଡ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା