ରାପିଡ୍ ଟେଷ୍ଟ କିଟ୍ ଅଭିଯୋଗ ଉପରେ ଚୀନର ସଫେଇ, ମାମଲା ଗମ୍ଭୀର ତେଣୁ ଭାରତର ସାହାଯ୍ୟ କରିବୁ

ନୂଆଦିଲ୍ଲୀ,୨୨।୪: କରୋନା ରାପିଡ୍ ଟେଷ୍ଟ କିଟକୁ ନେଇ ଉଠିଥିବା ପ୍ରଶ୍ନ ଭିତରେ ଚୀନ୍ ପକ୍ଷରୁ ସଫେଇ ଦିଆଯାଇଛି। ଭାରତରେ ଚୀନ ଦୂତାବାସ ମୁଖପାତ୍ର ବୁଧବାର କହିଛନ୍ତି ଯେ, ଚୀନର ରପ୍ତାନୀ କରୁଥିବା ଉତ୍ପାଦର ଗୁଣବତ୍ତାକୁ ଖୁବ୍ ମହତ୍ବ ଦେଇଥାଏ। ସମ୍ପର୍କିତ ଭାରତୀୟ ଏଜେନ୍ସି ସହିତ  ଆମେ ଯୋଗଯୋଗରେ ରହିଛୁ ଓ ଆବଶ୍ୟକୀୟ ସାହାର୍ଯ୍ୟ କରାଯିବ।

କେନ୍ଦ୍ର ସରକାର ରାପିଡ୍ କିଟ୍ ଟେଷ୍ଟ ସାରା ଦେଶରେ ଦୁଇ ଦିନ ପାଇଁ ରୋକ ଲଗାଇ ଦେଇଛନ୍ତି। ରାଜସ୍ଥାନ ସରକାର ରାପିଡ୍ ଟେଷ୍ଟର ଫଳାଫଳ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇବା ପରେ ରୋକ ଲଗାଇ ଦେଇଛନ୍ତି। ଏବେ କେନ୍ଦ୍ରୀୟ ଟିମ୍ ଏହି ଟେଷ୍ଟର ଫଳାଫଳକୁ ଗମ୍ଭୀରତାର ସହ ଯାଞ୍ଚ ରହିବେ ଏହାପରେ ଆଢ଼ଗାମୀ ପଦକ୍ଷେପର ଘୋଷଣା କରାଯିବ।

ସରକାରଙ୍କୁ ରାପିଡ୍ ଟେଷ୍ଟ ଉପରେ ଦୁଇ ଦିନର ବ୍ରେକ୍ ଲଗାଇବାକୁ ପଡିଛି। କାରଣ ରାଜସ୍ଥାନ ସରକାର ଏହାର ଫଳାଆଫଳ ଉପରେ ପ୍ରଶ୍ନ ଉଠାଇଥିଲେ। ଜୟପୁରର ସଭାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି ୧୬୯ କରୋନା ରୋଗୀଙ୍କର ରାପିଡ୍ ଟେଷ୍ଟ କରାଯାଇଛି, କିନ୍ତୁ କେବଳ ୫ ପ୍ରତିଶତ ରୋଗୀ ହିଁ ଟେଷ୍ଟରେ ପଜିଟିଭ ଜଣାପଡିଛନ୍ତି। ଏହାପରେ ଗହଲୋତ ସରକାର ରାଜ୍ୟରେ ରାପିଡ୍ ଟେଷ୍ଟ କରିବା ଉପରେ ରୋକ ଲଗାଇ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….