ଭାରତରେ ୩୦୦୦ ଅତିକ୍ରମ କଲା କରୋନା ! ୭୫ମୃତ

ନୂଆଦିଲ୍ଲୀ ୫/୪ : କରୋନା ଭାଇରସ୍ ଦିନକୁ ଦିନ ଆଗକୁ ମାଡି ଚାଲିଛି। ଭାରତରେ ଏଥିରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସୂଚନା ମୁତାବକ, ସମଗ୍ର ଭାରତରେ ୭୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୫ ଟି ନୂଆ ମାମଲା ସହ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଦେଶରେ COVID-19 ମାମଲା ମୋଟ ସଂଖ୍ୟା ୩,୦୭୨ରେ ପହଁଚିଛି।

ଗତ ମାସରେ ଦିଲ୍ଲୀରେ ତବଲିଗି ଜାମାତରେ ଆୟୋଜିତ ହୋଇଥିବା ଏକ ଧାର୍ମିକ ସମାବେଶ ସହିତ ଏହି ସ୍ପାଇକ୍ ଜଡିତ ଥିବା ବେଳେ ଦେଶର ସମସ୍ତ COVID-19 ରୋଗୀଙ୍କ ମଧ୍ୟରୁ ୩୦% ଏହି ବିବାଦୀୟ ଘଟଣା ସହ ଜଡିତ ।

ବିଶ୍ଵବ୍ୟାପୀ, COVID-19 ଜୀବାଣୁ ୧ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରି ୫୦,୦୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି ।

ଏହା ସହ ମଧ୍ୟ ପଢ଼ନ୍ତୁ: କରୋନା ଭାଇରସର ଧମକ ସହ ନୋଟରେ ନାକ, ମୁହଁ ପୋଛି ଟିକ୍ ଟକ୍ କରିବା ପଡିଲା ମହଙ୍ଗା : ଗିରଫ ହେଲେ ଯୁବକ