କରୋନା ହେଲା କାବୁ ; ଭଲ ହୋଇ ଘରକୁ ଫେରିଲେ ରୋଗୀ

ନୋଏଡ଼ା ୨୭/ ୦୪ : ଗୌତମବୁଦ୍ଧ ନଗର ଜିଲ୍ଲାରେ କରୋନା କାବୁ । ପ୍ରଶାସନ ଏହି ଜିଲ୍ଲାରେ କୋଭିଡ୍-୧୯ର ସଂକ୍ରମଣକୁ ସତେ ଯେମିତି ମାତ୍‌ ଦେଇଛି । ଉକ୍ତ ଜିଲ୍ଲାରେ ଚିହ୍ନଟ  ହୋଇଥିବା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୬୨  ପ୍ରତିଶତ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।  

ଜିଲ୍ଲାଧିକାରୀ  ସୁହାସ ଏଲ୍‌ ୱାଇ କହିଛନ୍ତି , ଗୌତମବୁଦ୍ଧ ନଗରରେ ରବିବାର ଯାଏ ୧୧୫ ଜଣ ଲୋକ  କୋଭିଡ୍‌ -୧୯ରେ  ସଂକ୍ରମିତ ଥିବା ଜଣାପଡ଼ିଛି । ସେ କହିଛନ୍ତି  ଏଥିରୁ  ଏବେସୁଦ୍ଧା  ୭୧ ଜଣ ଲୋକ ଏଠାରେ  ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପରେ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଏହି  ୭୧ ଜଣ ଲୋକଙ୍କ ମଧ୍ୟରେ  ୭ ଜଣ ଲୋକ ୬୦ ବର୍ଷରୁ ଅଧିକ ବୟସର ।  

ଆଡସିନାଲ ଚିଫ୍‌ ମେଡିକଲ ଅଫିସର  ସୁନିଲ ଦୋହରେ କହିଛନ୍ତି , ଏଠାରେ  ଲକ୍‌ ଡାଉନ୍‌କୁ ଗୁରୁତ୍ୱପୂର୍ଣ୍ଣ ଭାବେ ପାଳନ କରାଯାଉଛି ।  ସେ ଆଉ ମଧ୍ୟ କହିଛନ୍ତି  ଦିଲ୍ଲା ପ୍ରଶାସନ ଏଠାରେ ରହିଥିବା  ବିଭିନ୍ନ କଂପାନୀର କର୍ମଚାରୀ , ଦିନ ମଜୁରିଆ ତଥା  ଛୋଟମୋଟ  ରୋଜଗାର  କରୁଥିବା ଲୋକଙ୍କ ପାଇଁ   ଖାଦ୍ୟ-ପେୟର ବ୍ୟବସ୍ଥା କରୁଛନ୍ତି। ମନରେଗା ଶ୍ରମିକ ତଥା ଦିନ ମଜୁରିଆଙ୍କ ଆକାଉଣ୍ଟକୁ ଜିଲ୍ଲା ପ୍ରଶାସନ  ଅର୍ଥ ରାଶି  ପଠାଉଛନ୍ତି ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ