ଆର୍ୟୁବେଦର ଏହି ଚିକିତ୍ସାରେ ଦୂର ହେବ କି କରୋନା? ଗବେଷଣା ଜାରି ରଖିଛନ୍ତି ଭାରତୀୟ ବୈଜ୍ଞାନିକ

ନୂଆଦିଳ୍ଳୀ,୨୨।୪: ସାରା ବିଶ୍ବରେ ବ୍ୟାପିଥିବା ମହାମାରୀ କରୋନା ଭାଇରସ୍ ଏବେ ଭାରତ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ଏହାର ସାମନା କରିବା ପାଇଁ ଦେଶର ପ୍ରତି ବୈଜ୍ଞାନିକ ରିସର୍ଚ୍ଚରେ ଲାଗି ରହିଛନ୍ତି। ଖୁବ୍ ଶୀଘ୍ର ବୈଜ୍ଞାନିକ ‘ଫିଫାଟ୍ରୋଲ’ରୁ କରୋନା ଭାଇରସର ଚିକିତ୍ସାର ଆବିଷ୍କାର କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଆୟୁଷ ମନ୍ତ୍ରଣାଳୟର ଗଠିତ ଟାସ୍କଫୋର୍ସକୁ ସେ ପ୍ରସ୍ତାବ ପଠାଇଥିଲେ। ଯାହାଫଳରେ ଏହି ଅଧ୍ୟୟନରେ ସରକାରଙ୍କ ସବୁ ପ୍ରକାର ସାହାଯ୍ୟ ନେଇ ହେବ। ଟାସ୍କ ଫୋର୍ସ ସମ୍ପର୍କିତ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ପ୍ରସ୍ତାବକୁ ଖୁବ୍ ଶୀଘ୍ର ମଞ୍ଜୁରୀ ମିଳିବାକୁ ଯାଉଛି।

ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟର ବରି​‌ଷ୍ଠ ବୈଜ୍ଞାନିକ ଡ.କେଏନ୍ ଦ୍ବିବେଦୀଙ୍କର କହିବା ଅନୁସାରେ, ଆଜି ବିଶ୍ବ କୋଭିଡ୍-୧୯ର ଚିକିତ୍ସା ସନ୍ଧାନ କରୁଛି। ଆମକୁ ମଧ୍ୟ ନିଜର ପରମ୍ପରାଗତ ଚିକିତ୍ସାର ବ୍ୟବହାର କରିବା ଦରକାର। ତେଣୁ ମଣିଷ ଉପରେ ‘ଫିପାଟ୍ରୋଲ‘ ଟ୍ରାୟଲ କରି କରୋନା ଭାଇରସର ଆର୍ୟୁବେଦିକ ଉପଚାରର ସମ୍ଭାବନା ଉପରେ କାମ କରିବାର ଯୋଜନା କରାଯାଉଛି। ସେ କହିଛନ୍ତି ଏମିଲ ଫାର୍ମାସ୍ୟୁଟିକାଲର ସହଯୋଗରେ ସେ ଏହି ରିସର୍ଚ୍ଚ ପ୍ରସ୍ତାବ ଟାସ୍କ ଫୋର୍ସକୁ ପଠାଇଛନ୍ତି।

ଏହି ପ୍ରସ୍ତାବରେ ଲେଖାଅଛି ‘ଫିଫାଟ୍ରୋଲ ’ ୧୩ ପ୍ରକାର ଜଡିବୁଟିରୁ ପ୍ରସ୍ତୁତ ଆଣ୍ଟି-ମାଇକ୍ରୋବିୟଲ ଏକ ଔଷଧୀୟ ଫର୍ମୁଲା, ଯେଉଁଥିରେ ସାମିଲ ୫ ପ୍ରମୁଖ ବୁଟିରେ ସୁଦର୍ଶନ ବଟି, ସଞ୍ଜିବଯି ବଟି, ଗୋଦାନ୍ତି ଭସ୍ମ, ତ୍ରିପୁବନ କୀର୍ତ୍ତି ରସ ଓ ମୃତ୍ୟୁଞ୍ଜୟ ରସ ସାମିଲ ରହିଛି। ସେଭଳି ୮ ଔଷଧୀୟ ଅଂଶ ତୁଳସୀ, କୁଟକୀ, ଚିରୟାତ୍ରା, ମୋଥା ଗିଲୋୟ, ଦାରୁହଳଦୀ, କରଞ୍ଜ ଛହା ଅପ୍ପାମାର୍ଗ ମିଶାଯାଇଛି।

କେବଳ ସେତିକି ନୁହେଁ ଫିଫାଟ୍ରୋଲ ଉପରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ) ମଧ୍ୟ ଅଧ୍ୟୟନ କରିସାରିଛି। ଯେଉଁଥିରେ ଏହି ଔଷଧ ଆର୍ୟୁବେଦିକ ଆଣ୍ଟିବୟୋଟିକ୍ ଭାବରେ ପ୍ରମାଣିତ ହୋଇଛି। ଏହି ରିସର୍ଚ୍ଚ ସମୟରେ ବ୍ୟାକ୍ଟେରିଆ ସଂକ୍ରମର ରୋକିବାରେ ଏହା ଖୁବ୍ ଫଳପ୍ରଦ ବୋଲି ଜଣାପଡିଛି। ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ଏହା ସହାୟକ ହୋଇଥାଏ।

ଆୟୁଷ ମନ୍ତ୍ରଣାଳୟ ଏକ ଅତିରିକ୍ତ ଟାକ୍ସ ଫୋର୍ସ ଗଠନ କରିଛି, ଯାହାକି ଦେଶୀ ଉପଚାର ପଦ୍ଧତିରେ ସେହି ମହତ୍ତ୍ବପୂର୍ଣ୍ଣ ଔଷଧର ଅଧ୍ୟୟନ କରୁଛି। ଏହାକୁ କୋଭିଡ୍-୧୯ର ଉପଚାରରେ ବ୍ୟବହାର କରାଯାଇ ହେବ। ଏହାଛଡା ଟାକ୍ସ ଫୋର୍ସ ଏଭଳି ଔଷଧର ତଥ୍ୟ ଏକାଠି କରିବା ଆରମ୍ଭ କରି​ଦେଇଛି।

ବିଶେଷଜ୍ଞଙ୍କ ମତରେ ପ୍ରମୁଖ ଔଷଧ କମ୍ପାନୀ ଏବଂ ରିସର୍ଚ୍ଚ ଏଜେନ୍ସି କ୍ଲିନିକାଲ ଟ୍ରାୟଲ ପାଇଁ ଏଭଳି ଔଷଧର ପ୍ରସ୍ତାବ ମାଗିଛନ୍ତି, ଯାହାକି କରୋନା ଭାଇରସ୍ ସହ ଲଢିବା ପାଇଁ ଫଳପ୍ରଦ ହୋଇପାରିବ। ଏପର୍ଯ୍ୟନ୍ତ ବହୁ ପ୍ରସ୍ତାବ ମିଳିସାରିଛି, ଯେଉଁଥିରୁ ଗୋଟିଏ ହେଉଛି ଫିଫାଟୋଲ। ସରକାର ଇଣ୍ଟର ଡିସିପ୍ଲିନରୀ କମିଟି ତିଆରି କରିଛନ୍ତି, ଯାହାଫଳରେ ସେଥିରେ  ଆଧୁନିକ ମେଡିସିନ୍ ଚିକିତ୍ସା ବିଶେଷଜ୍ଞଙ୍କ ସାହାର୍ଯ୍ୟରେ ଔଷଧର ଆଧୁନିକ ଚିକିତ୍ସାର ମାନକ ପରଖି ପାରିବ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now