ପ୍ରାଇଭେଟ୍ ହସ୍ପିଟାଲରେ କାଲି ଠାରୁ ଦିଆଯିବ କରୋନା ଟିକା – ୬୦ରୁ ଉର୍ଦ୍ଧ୍ୱ ବୟସର ବୟସ୍କ ବ୍ୟକ୍ତି ନେବେ ଭାକ୍ସିନ୍

scroll.in
ନୂଆଦିଲ୍ଲୀ – କରୋନା ମହାମାରୀ ପୂରା ବିଶ୍ୱକୁ ଭୟଭୀତ କରି ଦେଇଛି । ଭାରତରେ କରୋନାକୁ ମାତ୍ ଦେବାକୁ ଭାକ୍ସିନ୍ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି । ଆଉ ଏହି କ୍ରମରେ କାଲିଠାରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକେ ସରକାରୀ ହସ୍ପିଟାଲ ସହ ପ୍ରାଇଭେଟ୍ ହସ୍ପିଟାଲରେ ମଧ୍ୟ କରୋନା ଟିକା ନେଇ ପାରିବେ ।
ଏହାସହ ଭିନ୍ନ ଭିନ୍ନ ରୋଗ ପାଇଁ ଜଡ଼ିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ମଧ୍ୟ କରୋନା ଟିକା ନେଇ ପାରିବେ। ହେଲେ ଏବେ ଏଥିପାଇଁ ତାଙ୍କୁ ଡାକ୍ତରଙ୍କ ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ । ଦେଶର କିଛି ରାଜ୍ୟ ଗୁଡ଼ିକରେ କରୋନାର ବିପଦ ବୃଦ୍ଧି ପାଇଛି । ଏହାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । କରୋନା ଭାକ୍ସିନ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟକୁ ଆହୁରି ତୀବ୍ର କରିଛନ୍ତି । କରୋନାକୁ ସମୂଳେ ନାଶ କରିବାକୁ ସରକାରୀ ସହ ବେସରକାରୀ ହସ୍ପିଟାଲରେ ମଧ୍ୟ ଭାକ୍ସିନେସନର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଯାହାକି ଆସନ୍ତାକାଲି ଠାରୁ ପୂରା ଦେଶରେ ଲାଗୁ ହୋଇଯିବ ।