କରୋନା ‘ପଜିଟିଭ୍’ : ଏବେ ଆଉ ବ୍ୟାପିବନି ଡ଼ରିବ କରୋନା, ଏହି ଭାଇରସର ହେବ ଅନ୍ତ

ନୂଆଦିଲ୍ଲୀ ୨୪/ ୩ : ଭାରତ ଏବେ କରୋନାର କବଳରେ । କିନ୍ତୁ ଏହି ଭାଇରସ ଆମର  ବିଶ୍ୱାସ ଓ ସାହସ ଆଗରେ ଏତେ ବଡ଼ ନୁହେଁ । ଆମର ଖାମଖିଆଲି ଢ଼ଙ୍ଗ ଓ ଭୁଲ ଆମ ପାଇଁ ସମସ୍ୟା ନହେଉ ଏଥିପାଇଁ ଚେଷ୍ଟା ଚାଲିଛି ।  ଏ ଚେଷ୍ଟା ଆମେ ଓ ଆପଣ ମାନେ ମିଶି କରୁଛେ । ଏସବୁ ଜାଣିବି କରୋନା ସହ ଲଢ଼ିବା ପାଇଁ ଆମ ପାଖରେ  ଦୁଇଟି ଅସ୍ତ୍ର ରହିଛି । ପ୍ରଥମ ଅସ୍ତ୍ର ପରିଷ୍କାର କରିବା ଓ ଦ୍ୱିତୀୟଟି ଘରେ ରହିବା ।

ଭାରତର ରହିଛି ବଡ଼ କ୍ଷମତା –

ସାରା ବିଶ୍ୱରେ କରୋନା ମାମଲା ବଢ଼ି ଚାଲିଛି ।  କିନ୍ତୁ ଏହି ବୃଦ୍ଧି ପାଉଥିବା ମାମଲା ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO  ଭାରତରୁ ଠାରୁ କିଛି ଆଶା କରିଛି । WHO କହିଛି  ଭାରତ  ସ୍ମଲ୍‌ ପକ୍ସ ଓ ପୋଲିଓର ନିରାକରଣ ଦିଗରେ ବିଶ୍ୱର ନେତୃତ୍ୱ ନେଇଛି ଏବଂ ଭାରତର ଜବରଦସ୍ତ  କ୍ଷମତା ରହିଛି ।

ବର୍ତ୍ତମାନର ତଥ୍ୟ ଉପରେ ଯଦି ଧ୍ୟାନ ଦେବା ଓ ଏବେର ଅବସ୍ଥାକୁ ବୁଝିବା ତ କରୋନା ରେ ସଂକ୍ରମିତ  ପାଖାପାଖି ୭୦ ପ୍ରତିଶତ ଲୋକ ଠିକ୍‌ ହୋଇସାରିଛନ୍ତି । ଏମିତି କି  ଦକ୍ଷିଣ କୋରିଆରେ ସଂକ୍ରମଣ ମାମଲାରେ ମଧ୍ୟ ହ୍ରାସ ଘଟିଛି ।

ଦୁନିଆରୁ ଦୌଡ଼ି ପଳାଇବ କରୋନା –

ଆଣ୍ଟି କରୋନା ଭାକସିନର ପରୀକ୍ଷଣ ସହ ଜଡ଼ିତ କିଛି ଖବର ଆପଣ ଦେଖିଥିଲେ । ଯେଉଁଥିରେ ଆପଣ ଦେଖିଥିବେ ଏକ ସମ୍ଭାବିତ ଟୀକାର ମାନବୀୟ ପରୀକ୍ଷଣ ହୋଇସାରିଛି । ଏହାର ଅର୍ଥ ଆଣ୍ଟି-କରୋନା ଭାକସିନ୍‌ ତିଆରି ପାଇଁ  ସାରା ବିଶ୍ୱର ୮ ଜଣ ବୈଜ୍ଞାନିକଙ୍କ   ଟିମ୍ ଲାଗି ରହିଛନ୍ତି ଏବଂ ଏହି ଟୀକା ସଫଳ ହେବା ପାଇଁ ଆମକୁ ୨୦୨୧ ମସିହା ଯାଏ ଅପେକ୍ଷା କରିବାକୁ ପଡ଼ିବ । ଅର୍ଥାତ୍‌ ୨୦୨୧ରେ କରୋନା ଭାରତ ନୁହେଁ ପୁରା ଦୁନିଆରୁ ଦୌଡ଼ି ପଳାଇବ ।   

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ତାମିଲନାଡ଼ୁରୁ ତିର୍ତ୍ତୋଲ: ସାଇକେଲ୍‌ରେ ଘରେ ପହଞ୍ଚିବାକୁ ସୁକାନ୍ତଙ୍କୁ ଲାଗିଲା ୧୨ଦିନ

ଆମ୍ଫାନ‌ ସହାୟତା କରିବାକୁ ଯାଇଥିଲେ, ଆସି କ୍ୱାରେଣ୍ଟାଇନ୍‌ରେ ରହିବେ: କୋଲକାତା ଫେରନ୍ତା ୩୭୦ ଅଗ୍ନିଶମ କର୍ମଚାରୀଙ୍କୁ ସଂଘରୋଧ ନିୟମ ଲାଗୁ

ସାଲିଆସାହିରେ କରୋନା! ପ୍ରସୂତି ପଜିଟିଭ୍‌, ନବଜାତ ନେଗେଟିଭ