୧୩ ମାସର ଝିଅକୁ ଘର ମାଲିକଙ୍କ ପାଖରେ ଛାଡି କରୋନା ରୋଗୀ ସେବାରେ ଡାକ୍ତର ଦମ୍ପତ୍ତି

ନୂଆଦିଲ୍ଲୀ, ୨୪।୪: ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ଆଉ ଏହାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି କରେନା ଭାଇରସ ସହ ଲଢେଇ କରୁଥିବା ଏହି କରୋନା ଯୋଦ୍ଧାମାନେ। କର୍ତ୍ତବ୍ୟ ପାଇଁ ସେମାନେ କେବେ ହାର ମାନିନାହାନ୍ତି।   ଏଭଳି ଏକ ଉଦାହରଣ ହେଉଛନ୍ତି ଏହି ଡାକ୍ତର ଦମ୍ପତ୍ତି। କରେନା ଡ୍ୟୁଟିରେ ମୁତୟନ ଥିବା ଏହି ଡାକ୍ତର ଦମ୍ପତ୍ତି ଘରେ ନିଜର୧୩ ମାସର  ଝିଅକୁ ଘର ମାଲିକଙ୍କ ଦାୟିତ୍ବରେ ଛାଡି କରୋନା ରୋଗୀଙ୍କର ସେବା କରୁଛନ୍ତି।

ଡାକ୍ତର ରାଜୀବ ରଞ୍ଜନ ଦାଦା ଦେବ ହସ୍ପିଟାଲରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପନତ୍ନୀ ଡାକ୍ତର ରଶ୍ମି ଆଚାର୍ଯ୍ୟ ଭିଝୁ ହସ୍ପିଟାଲରେ ମୁତୟନ  ଅଛନ୍ତି। ଦୁହିଁଙ୍କର ଡ୍ୟୁଟି ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ରହିଛି। ଆଚାର୍ଯ୍ୟ ଭିଝୁ ହସ୍ପିଟାଲରେ ଆଇସୋଲେସନ୍ ଓ ଫ୍ଲ ଓ୍ବାର୍ଡ ତିଆରି କରାଯାଇଛି। ସେଭଳି ଦାଦା ଦେବରେ କେବଳ ଫ୍ଲୁ ଓ୍ବାର୍ଡ ତିଆରି କରାଯାଇଛି। ଯେଉଁଠି ଜରୁରୀ ବିଭାଗକୁ ଆସୁଥିବା  ରୋଗୀଙ୍କ ସ୍କ୍ରିନିଂ କରିବା ପରେ ସିଫ୍ଟ କରାଯାଇଥାଏ। ଯଦି କୌଣସି ରୋଗୀ କରୋନା ପଜିଟିଭ ବାହାରନ୍ତି ତେବେ ତାଙ୍କୁ ଆରଏମଏଲ ଓ ଡିଡିୟୁକୁ ରେଫର କରାଯାଉଛି।

ବହୁ ଦିନ ଧରି ଘରକୁ ଯାଇନଥିବା ରୋଗୀ ସ୍କ୍ରିନିଂ ପରେ ମଧ୍ୟ ପଜିଟିଭ ବାହାରିଥାନ୍ତି, ତେଣୁ ତାଙ୍କୁ କରୋନା ଓ୍ବାର୍ଡରେ ସିଫ୍ଟ କରିଦିଆଯାଇଥାଏ। କରୋନା ଓ୍ବାର୍ଡ କିମ୍ବା କରୋନା ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥାଏ। ଏଭଳି ସ୍ଥିତିରେ ସ୍କ୍ରିନିଂ ଓ ଉପହାର ସମୟରେ ଷ୍ଟାଫଙ୍କୁ କରୋନା ସଂକ୍ରମଣ ବିପଦ ବଢିଯାଇଥାଏ। ଡାକ୍ତର ଦମ୍ପତ୍ତି ଗତ କିଛି ଦିନ ଧରି ଘରକୁ ଆସିବା ବନ୍ଦ କରିଦେଇଛନ୍ତି ଓ ଝିଅ ଯତ୍ନ ନେବାକୁ ଘର ମାଲିକଙ୍କୁ ଅନୁରୋଧ କରିଥିଲେ। ଘର ମାଲିକ ମଧ୍ୟ ଖୁସିର ସହ ଡାକ୍ତର ଦମ୍ପତ୍ତିଙ୍କ ଝିଅର ଦେଖାଶୁଣା କରୁଚନ୍ତି।

୧୩ ମାସର ଝିଅ ତାଙ୍କ ପାଇଁ କରୋନା ସଂକ୍ରମିତ ଯେଉଁ ଭଳି ନହୁଏ ଡାକ୍ତର ଦମ୍ପତ୍ତି ସେଥିପାଇଁ କେବଳ ଭିଡିଓ କଲିଂ କରିଥାନ୍ତି। ଦୁହେଁ ପ୍ରତି ୩ ଘଣ୍ଟାରେ ଝିଅ ସହିତ ଭିଡିଓ କଲିଂ କରି କଥା ହୋଇଥାନ୍ତି। ଡାକ୍ତର ଦମ୍ପତ୍ତିଙ୍କ କହିବା ଅନୁସାରେ, କରୋନାକୁ ନେଇ ଲୋକଙ୍କୁ ଭୟଭୀତ ହେବାର ନାହିଁ। କେବଳ ସାବଧାନ ରହିବା ଦରକାର। ଲୋକଙ୍କୁ ଲକଡାଉନର ପାଳନ କରିବା ଦରକାର।

   ସମ୍ବନ୍ଧିତ ଖବର


ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ