ହୁବେଇରେ ନୂଆ କଟକଣା: ୫ ଫୁଟ ବ୍ୟବଧାନ ରଖି ରାସ୍ତାରେ ଚାଲିବେ…

ନୂଆଦିଲ୍ଲୀ ୧୯/୨: ଚୀନ୍‌ର ହୁବେଇ ପ୍ରଦେଶ ଏବଂ ଏହାର ରାଜଧାନୀ ୱୁହାନ କରୋନା ଭାଇରସ ଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ଯେତେ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତା’ର ୮୦% କେବଳ ହୁବେଇର ବାସିନ୍ଦା ଅଟନ୍ତି । ସେହିପରି କରୋନା ଯୋଗୁ ଯେତେ ଲୋକ ପ୍ରାଣ ହରାଇଲେଣି ତା’ର ୯୫% ଏହି ପ୍ରଦେଶର ବାସିନ୍ଦା ଅଟନ୍ତି । ସୋମବାର ଚୀନ୍‌ରେ ୯୮ ଜଣ ଏହି ଭାଇରସ ଯୋଗୁ ପ୍ରାଣ ହରାଇଥିଲାବେଳେ ସେମାନଙ୍କ ଭିତରୁ ୯୩ ଜଣ ହୁବେଇର ନିବାସୀ ଅଟନ୍ତିି । ଗତକାଲି ମଧ୍ୟ ଚୀନ୍‌ରେ ୧୮୮୬ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲାବେଳେ ତା’ ଭିତରୁ ୧୮୦୭ଟି ମାମଲା କେବଳ ହୁବେଇରେ ରେକର୍ଡ କରାଯାଇଛି । ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ପ୍ରଦେଶର ପ୍ରାୟ ସମସ୍ତ ସହରକୁ ଅଚଳ କରି ଦିଆଯାଇଥିଲାବେଳେ ପ୍ରାୟ ୫୮ ନିୟୁତ ଲୋକେ ନିଜ ଘରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି ।

ଏଭଳି ସ୍ଥିତିରେ ହୁବେଇର ପ୍ରାଦେଶିକ ସରକାର ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ରବିବାର କେତେକ ନୂଆ କଟକଣା ଜାରି କରିଛନ୍ତି । ତଦନୁଯାୟୀ, ସମସ୍ତ ଲୋକ ନିଜ ନିଜ ଘରେ ରହିବେ ଏବଂ ଅତି ଜରୁରୀ ନହେଲେ ଘରୁ ବାହାରକୁ ବାହାରିବେ ନାହିଁ । ପ୍ରତି ପରିବାରରୁ କେବଳ ଜଣେ ସଦସ୍ୟ ତିନି ଦିନ ବ୍ୟବଧାନରେ ବାହାରକୁ ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ । କୌଣସି ବ୍ୟକ୍ତି ନିଜ ଘର ବ୍ୟତୀତ ଅନ୍ୟ କାହା ଘରକୁ ଯାଇପାରିବେ ନାହିଁ। ସବୁ ଆପାର୍ଟମେଣ୍ଟର ପ୍ରବେଶ ଦ୍ୱାରରେ ଲୋକ ଏବଂ ଗାଡ଼ିର ଚେକିଂ କରାଯିବ । ଆପାର୍ଟମେଣ୍ଟରେ ପ୍ରବେଶ କରୁଥିବା ଯାନ ଓ ଲୋକଙ୍କ ସହ ସମ୍ପର୍କିତ ସମସ୍ତ ତଥ୍ୟର ରେକର୍ଡ ରଖାଯିବ । ସବୁ ଲୋକଙ୍କୁ ପ୍ରତିଦିନ ନିଜର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ପଡିବ । ବାହାରକୁ ଗଲାବେଳେ ସମସ୍ତେ ପରସ୍ପର ମଧ୍ୟରେ ୫ ଫୁଟର ବ୍ୟବଧାନ ରଖି ଚାଲିବେ । ପୂରା ପ୍ରଦେଶରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ସବୁ ଆପାର୍ଟମେଣ୍ଟରେ କେବଳ ଗୋଟିଏ ପ୍ରବେଶ ଦ୍ୱାର ଖୋଲା ରଖାଯିବ ।

   ସମ୍ବନ୍ଧିତ ଖବର


ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ, ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବାକୁ ଅନୁମତି ମାଗିଲା ପୋଲିସ…

ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?