PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଏବେ ରାଜ୍ୟକୁ Remdesivir ଇଞ୍ଜେକ୍ସନ ଦେବନି କେନ୍ଦ୍ର,ସିଧା କମ୍ପାନୀଠାରୁ କିଣିବାକୁ ହେବ

ଦେଶରେ କରୋନାର ଦ୍ୱିତୀୟ ଲହରୀ ସମୟରେ ରେମଡେସିଭିର ଇଞ୍ଜେକ୍ସନର ସବୁଆଡେ ଚାହିଦା ବଢ଼ି ଯାଇଥିଲାl ଅନେକ ରାଜ୍ୟରେ ଏହାର ଜୋରଦାର କଳାବଜାରୀ ଚାଲିଥିଲାl ଏପରିକି ଅନେକ ସହରରେ ପୋଲିସ ନକଲି ରେମେଡେସିଭିର ଇଞ୍ଜେକ୍ସନ ମଧ୍ୟ ଜବତ କରିଥିଲା l କମ୍ ଉତ୍ପାଦନ ହେତୁ ଏହି ଇଞ୍ଜେକ୍ସନ୍ କେନ୍ଦ୍ର ସରକାର ଦେଉଥିଲେ। କିନ୍ତୁ ଏବେ ସରକାର ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାର ନିଜ ଆବଶ୍ୟକତା ଅନୁଯାୟୀ ଏହି ଇଞ୍ଜେକ୍ସନ କିଣି ପାରିବେ।

ରାସାୟନିକ ଏବଂ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶନିବାର ଘୋଷଣା କରିଛନ୍ତି ଯେ, ସରକାର ରାଜ୍ୟ ଗୁଡିକୁ ରେମଡେସିଭିର ଆବଣ୍ଟନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଏବଂ ସିଡିଏସସିକୁ ଦେଶରେ ରେମେଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିl ସରକାରଙ୍କ କହିବା ଅନୁସାରେ, ବର୍ତ୍ତମାନ ଦେଶରେ ରେମଡେସିଭର୍ ଇଞ୍ଜେକ୍ସନର ଉତ୍ପାଦନ ବୃଦ୍ଧି ପାଇଛି l ଇଞ୍ଜେକ୍ସନ ତିଆରି କରୁଥିବା ପ୍ଲାଣ୍ଟ 20 ରୁ ବଢ଼ି 60 ହେଇ ଯାଇଛି l ବର୍ତ୍ତମାନ ଚାହିଦା ଅପେକ୍ଷା ଅଧିକ ଯୋଗାଣ ହେଉଛି।