ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ନୂଆଦିଲ୍ଲୀ- କରୋନା ନେଇ  ସରକାରଙ୍କର ଏକ କମିଟିର ଅଧ୍ୟୟନରୁ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମନାକୁ ଆସିଛି ।  ୨୦୨୧ ଫେବ୍ରୁଆରୀ ସୁଦ୍ଧା ଭାରତର ପାଖାପାଖି ୧୩୦କୋଟି ଜନସଂଖ୍ୟାର ଅଧା କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପାରନ୍ତି ।

ସମିତିର ସଦସ୍ୟ ଓ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଫର୍ ଟେକ୍ନୋଲୋଜିର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏକ ମିଡ଼ିଆକୁ ସାକ୍ଷାତ୍‌କାରରେ କହିଛନ୍ତି କି ଏହାପରେ ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପୁରା କମିଯିବ ।

ସୋମବାର ସୁଦ୍ଧା ଜାରି ସରକାରୀ ଆକଳନ ମୁତାବିକ୍‌ ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିସାରିଛି । ଅର୍ଥାତ୍‌ ଦେଶ କରୋନାର ମୋଟ ମାମଲାକୁ ନେଇ ପ୍ରଥମରେ ଥିବା ଆମେରିକାର ପାଖାପାଖି ପହଞ୍ଚି ଗଲାଣି ।

ସରକାରୀ ଡାଟା ମୁତାବିକ ସେପ୍ଟେମ୍ୱର ମାସର ୨ୟ ସପ୍ତାହ ଯାଏ କରୋନାର ଦ୍ରୁତ ବୃଦ୍ଧି ଦେଖାଦେଇଥିବା ବେଳେ ଦେଶରେ ନୂଆ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଆସିଛି । ବର୍ତ୍ତମାନ ସମୟରେ ୬୧ ହଜାର ନୂଆ କରୋନା ମାମଲା ପ୍ରତିଦିନ ଦେଶରେ ରିପୋର୍ଟ କରାଯାଉଛି ଏବଂ ଏହାର ଟେଷ୍ଟ ହାର ମଧ୍ୟ ଲଗାତାର ବଢ଼ିଚାଲିଛି ।