ଭାରତରେ ହୋଇନି କରୋନା ଭାଇରସର ବଡ଼ ମ୍ୟୁଟେସନ, ଭ୍ୟାକସିନ୍ ଉପରେ ପଡିବନି ପ୍ରଭାବ: ପିଏମଓ

ନୂଆଦିଲ୍ଲୀ,୧୮।୧୦: କରୋନା ଭାଇରସର ପ୍ରଭାବୀ ଟୀକା ବିକାଶିତ କରିବା ପାଇଁ ସାରା ବିଶ୍ବରେ ଚେ​‌ଷ୍ଟା ଚାଲିଛି। ଏହା ଭିତରେ ଭାରତ ସରକାର ଶନିବାର କହିଛନ୍ତି, ଦେଶରେ ଭାଇରସର ଜିନୋମକୁ ନେଇ କରାଯାଇଥିବା ଅଧ୍ୟୟନକୁ ନେଇ କରାଯାଇଥିବା ଅଧ୍ୟୟନରେ ମିଳିଛି ଯେ, ଏହା ଆନୁବଂଶିକ ଭାବରେ ସ୍ଥିର ରହିଛି ଓ ଏହାର ସ୍ବରୂପରେ କୌଣସି ବଡ ପରିବର୍ତ୍ତନ(ମ୍ୟୁଟେସନ୍) ହୋଇନାହିଁ।

ଅନେକ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ, କରୋନା ଭାଇରସର ସ୍ବରୂପରେ କୌଣସି ବଡ ପରିବର୍ତ୍ତନ ହେବା ଦ୍ବାରା ଏହାର ଟିକା ତିଆରି ଉପରେ ବାଧା ସୃଷ୍ଟି ହୋଇପାରେ। ତେବେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଭାଇରସ ନିଜକୁ ଯେତେଥର ପରିବର୍ତ୍ତନ କଲେ ମଧ୍ୟ କୋଭିଡ୍-୧୯ ପାଇଁ ଏବେ ବିକଶିତ କରାଯାଉଥିବା ଟିକା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

କୋଭିଡ୍-୧୯ ବିଶ୍ବ ମହାମାରୀ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଏକ ବୟାନରେ କହିଛି ଯେ, ଭାରତରେ ତିନୋଟି ଟିକାର ବିକାଶ ଉନ୍ନତ ପର୍ଯ୍ୟାୟରେ ରହିଛି, ଯାହା ଭିତରୁ ଦୁଇଟି ଟିକା ଦ୍ବିତୀୟ ଓ ଆଉ ଏକ ତୃତୀୟ ପର୍ଯ୍ୟାୟରେ ରହିଛି। ପିଏମଓ ପକ୍ଷରୁ କୁହାଯାଇଛି, ଆଇସିଏମଆର ଓ ଜୈବ ପ୍ରାଦ୍ୟୋଗିକ ବିଭାଗ(ଡିବିଟି) ଦ୍ବାରା ସାର୍ସ-କୋଭ-୨(କୋଭିଡ୍-୧୯ ଭାଇରସ୍)ର ଜିନୋମ ପଉପରେ କରାଯାଇଥିବା ଦୁଇଟି ଅଖିଳ ଭାରତୀୟ ଅଧ୍ୟୟନରେ ମିଳିଛି ଯେ, ଭାଇରସର ଆନୁବଂଶିକ ରୂପରେ ସ୍ଥିର ଓ ଏହାର ସ୍ବରୂପରେ କୌଣସି ବଡ ପରିବର୍ତ୍ତନ ହୋଇନାହିଁ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’