କରୋନା ଭାଇରସରେ ପୀଡ଼ିତ ବ୍ୟକ୍ତିଙ୍କ ସହ ଏହି କାମ କରନ୍ତୁ ନାହିଁ … ଏମିତି କରି ୧୧ ଲୋକ ହେଲେ ସଂକ୍ରମିତ

ବ୍ୟାକଂ ୧୫-୦୩ : ସାବଧାନ ହୋଇଯାଆନ୍ତୁ । ଏମିତି ଅଭ୍ୟାସରୁ ଦୂରେଇ ରୁହନ୍ତୁ । ଯଦି ଜାଣୁଛନ୍ତି କେହି ବନ୍ଧୁ କରୋନା ସଂକ୍ରମିତ , ତେବେ ଏକାଠି ମିଶି କୌଣସି ବିଶେଷ କାମ ଭୋଜିଭାତ ବା ପାର୍ଟିକୁ ଯାଆନ୍ତୁ ନାହିଁ । ନୁହେଁତ ଅସୁବିଧାରେ ପଡ଼ିପାରନ୍ତି । ସଦ୍ୟ ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ ।

ଥାଇଲାଣ୍ଡରୁ ଏମିତି ଏକ ଖବର ଆସିଛି , ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏଠାରେ ଏକାଠି ମିଶି ପାର୍ଟି କରୁଥିବା ୧୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ବ୍ୟାକଂ ପୋଷ୍ଟ ଅନୁସାରେ , ମିନିଷ୍ଟ୍ରିରି ଅଫ୍‌ ପବ୍ଲିକ୍‌ ହେଲଥର କହିବା କଥା ହେଲା ଯେ,  ସବୁ ବନ୍ଧୁ ଥାଇଲାଣ୍ଡର ନାଗରିକ ଅଟନ୍ତି ।  ପାର୍ଟି କରୁଥିବା ଏହି ବନ୍ଧୁଙ୍କ ବୟସ  ୨୫ରି ୩୮ ବର୍ଷ ମଧ୍ୟରେ । ଥାଇଲାଣ୍ଡର  ସାର୍ବଜନିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କି ୧୫ ଜଣ ଲୋକ ଏକାଠି ମିଶି ପାର୍ଟି କରୁଥିଲେ । ଯେଉଁଥିରେ  ୪ ଜଣ ଲୋକଙ୍କ ରିପୋର୍ଟ ନେଗେଟିଭ୍  ଆସିଛି । ଗ୍ରୁପ୍‌ର  କିଛି ଲୋକ ହଂକଂରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ  ୨୧ ଫେବ୍ରୁୟାରୀ ଦିନ ସାକ୍ଷାତ୍‌ କରିଥିଲେ ।   ଏହାପରେ ୨୫ ଫେବ୍ରୁୟାରୀରେ ଲୋକଙ୍କୁ ଜ୍ୱର , ସର୍ଦ୍ଦି ଓ କଫ ସମସ୍ୟା ହୋଇଥିଲା ।

ସ୍ୱାସ୍ଥ୍ୟ ଖରାପ ହେଲା ପରେ ବି  ଏହି ଲୋକମାନେ ୨୭ ଓ ୨୯ ଫେବ୍ରୁୟାରୀକୁ ବନ୍ଧୁଙ୍କ ସହ  ପାର୍ଟିରେ ସାମିଲ ହୋଇଥିଲେ। ଆଉ ଏହି ସମୟରେ ସେମାନେ ସିଗାରେଟ ଓ ନିଶାପାନ କରିଥିଲେ । ମାର୍ଚ୍ଚ ୪ ରେ ଏମାନେ ହସ୍ପିଟାଲରେ ପହଂଞ୍ଚିଥିଲେ । ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।

ସୂଚନା ଯେ, ଥାଇଲାଣ୍ଡରେ କରୋନା ଭାଇରସରେ ପୀଡ଼ିତ ୩୪ ଲୋକଙ୍କ ଚିକିତ୍ସା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଆଉ ଜଣେ ଲେକଙ୍କ ଅବସ୍ଥା ଗମ୍ଭୀର ରହିଛି ।

କରୋନା ଭାଇରସ୍‌ ପୁରା ବିଶ୍ୱ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି । ଏହି ଭାଇରସ ଦ୍ୱାରା ବିଶ୍ୱରେ ୫ହଜାରରୁ ଅଧିକ  ଲୋକଙ୍କ  ମୃତ୍ୟୁ ହୋଇ ସାରିଲାଣି ଏବଂ ୧ଲକ୍ଷ  ୩୭ ହଜାରରୁ ଅଧିକ ଲୋକ ଏବେ ମଧ୍ୟ  ଏଥିରେ ସଂକ୍ରମିତ ।

ଭାରତରେ ସଂକ୍ରମିତ  ମାମଲାରେ ସଂଖ୍ୟା ୧୦୦ରୁ ଅଧିକ ହୋଇସାରିଲାଣି । ଏହା ଭିତରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।