ଲକଡାଉନ କାରଣରୁ ସରକାରୀ ବସ୍ ଚୋରାଇ ନେଲେ ଯୁବକ, ଶେଷରେ ଦୁଇ ରାଜ୍ୟର ସୀମାରୁ ଧରାପଡିଲେ

ଅନନ୍ତପୁର,୨୩।୫: କରୋନା ଭାଇରସ୍ କାରରରୁ ସାରା ଦେଶରେ ଲକଡାଉନର ୪ର୍ଥ ପର୍ଯ୍ୟାୟ ଚାଲିଛି। ଏହା ଭିତରେ ଏଭଳି ଏକ ମାମଲା ସାମନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରିଦେବ ସମସ୍ତଙ୍କୁ। ଲକଡାଉନ ବଢିବା କାରଣରୁ ନିରାଶ ହୋଇ ଜଣେ ଯୁବକ ସରକାରୀ ବସ୍ ଚୋରି କରି କର୍ଣ୍ଣାଟକ ନେଇକି ଚାଲିଯାଇଥିଲେ। ଯୁବକ ଜଣକ ବାଙ୍ଗାଲୋର ଯିବାକୁ ଚାହୁଁଥିଲେ। ତେବେ ବସ୍ କରି କରି ଯାତ୍ରା କରିବା ବେଳେ  ତାଙ୍କୁ ଗିରଫ କରାଯାଇଛି।

ଯୁବକ ଜଣକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଧର୍ମାବରମ ଆରଟିସି ବସ୍ ଡିପୋରୁ ସରକାରୀ ବସ୍ ଚୋରାଇ ନେଇ ଗୁଣ୍ଟୁର ବାଟ ଦେଇ ବେଙ୍ଗାଲୁର ଆଡକୁ ଆସିଥିଲେ। ଏହି ସମୟରେ ସେ ଦୁଇ ରାଜ୍ୟର ସୀମାରେ ଧରାପଡିଥିଲେ। କର୍ଣ୍ଣାଟକର ଏହି ବ୍ୟକ୍ତି ଅନନ୍ତପୁର ଜିଲ୍ଲାର ଧର୍ମାଭରମ୍ ଆରଟିସି ବସ୍ ଡିପୋରୁ ସରକାର ବସ୍ ଚୋରାଇ ଗୁଣ୍ଟୁର ବାଟ ଦେଇ ବେଙ୍ଗାଲୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ତାଙ୍କୁ ଦୁଇ ରାଜ୍ୟର ସୀମାରୁ ଗିରଫ କରାଯାଇଥିଲା।

ରାଜ୍ୟ ସଡକ ପରିବହନ ନିଗମ ବସ୍ ଧର୍ମାବରମ୍ ଆରଟିସି ବସ୍ ଡିପୋରେ ଥିଲା, କିନ୍ତୁ ପରିବହନ କର୍ମଚାରୀମାନେ ଯୁବକଙ୍କୁ ବସ୍ ନେଉଥିବାର ଦେଖିବାକୁ ପାଇଥିଲେ। ସେ ପୋଲିସକୁ ସୂଚନା ଦେଇଥିଲେ। ଏହାପ​ରେ ଧର୍ମାଭରମରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ମାର୍ଗରେ ଏହାକୁ ପିଛା କରିଥିଲେ। ଶେଷରେ ବସ୍ ଚୋରକୁ ଗିରଫ କରାଯାଇଥିଲା। ପୋଲିସର କହିବା ଅନୁସାରେ ବ୍ୟକ୍ତି ଜଣକ ବେଙ୍ଗାଲୁରରେ ରୁହନ୍ତି। ଏବେ ପୋଲିସ  ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ପୋଲିସ ମଧ୍ୟ ଏହା ଜାଣିବାକୁ ଚେଷ୍ଟା କରୁଛି ସେ କେଉଁ କାରଣରୁ ବସ୍ ନେଇକି ପଳାଇଥିଲେ।

   ସମ୍ବନ୍ଧିତ ଖବର


୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ