୧୭ ମଇ ପରେ ଆଗକୁ କ’ଣ? ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ,୧୦।୫: କରୋନା ମହାମାରୀ ରୋକିବା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏବେ ୧୭ ମଇ ପରେ  ସରକାର କ’ଣ ପଦକ୍ଷେପ ନେବେ ସେ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ  ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମିଟିଂ ମଧ୍ୟାହ୍ନ ୩ଟା ବେଳେ ଆରମ୍ଭ ହେବ। ଏହି ମିଟିଂ ୧୭ ମଇ ପରେ କ’ଣ କରାଯିବ ତାହା ଉପରେ ଚର୍ଚ୍ଚା ହୋଇପାରେ। ମିଟିଂରେ ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡଃ. ହର୍ଷବର୍ଦ୍ଧନ, ମୁଖ୍ୟ ସଚିବ, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ବ୍ୟତୀତୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପି ଉପସ୍ଥିତ ରହିବେ।

ଲକଡାଉନ୍ ସମୟସୀମା ବଢାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ବିରୋଧୀ ଦଳର ବହୁ ନେତା ପ୍ରଶ୍ନ ଉଠାଇଥିଲେ। ସେମାନେ କହିଥିଲେ, ଲକଡାଉନର ସମୟ ସୀମାକୁ ସରକାର ପୂର୍ବରୁ କୌଣସି ପ୍ରକାର ପ୍ରସ୍ତୁତି କରନ୍ତି ବଢାଇବାରେ ଲାଗିଛନ୍ତି। ସୋନିଆ ଗାନ୍ଧି ଲକଡାଉନ୍ ନେଇ ମୋଦିଙ୍କୁ ପ୍ରଶ୍ନ ପଚାରିଥିଲେ, ୧୭ ମଇରେ କ’ଣ  ରହିଛି ପ୍ଲାନିଂ? ଏବେ ୧୭ ମଇକୁ ପରେ କ’ଣ ରହିବ ସରକାରଙ୍କ ପଦକ୍ଷେପ ସେନେଇ ମୋଦି ଆସନ୍ତା କାଲି ସ୍ପଷ୍ଟ କରିବେ।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ