PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଦେଶରେ ଲଗାତର ଖସୁଛି କରୋନା ମିଟର, ଗତ ୫୦ ଦିନ ମଧ୍ୟରେ ଆଜି ସବୁଠୁ କମ୍ ୧ ଲକ୍ଷ ୫୨ ହଜାର ୭୩୪ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ, ୩୧/୦୫ : ଦେଶରେ ଖସୁଛି କରୋନା ମିଟର। ଧୀରେ ଧୀରେ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଛି। ସୋମବାର ୧ ଲକ୍ଷ ୫୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୦ ଦିନ ମଧ୍ୟରେ ଏହା ସବୁଠାରୁ କମ୍। ତେବେ ଗତ ୨୦ ଦିନ ହେଲା ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଘଟୁଛି। ଫଳରେ କରୋନାର ଦ୍ଵିତୀୟ ଲହରୀ ଉପରେ ନିୟନ୍ତ୍ରଣ ଆଣିବାର ଆଶା ଆହୁରି ମଜଭୁତ ହୋଇଛି। ସେପଟେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଘଟିଥିବା ବେଳେ ସୁସ୍ଥ ସଂଖ୍ୟା ବଢିଛି। ଫଳରେ ଆକ୍ଟିଭ୍ କେସ୍ ସଂଖ୍ୟାରେ ହ୍ରାସ ଘଟିଛି।

ସୂଚନାନୁଯାୟୀ, ଦେସରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ହଜାର ୧୨୮ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଆଜି ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ବଢିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହୁ କ୍ରମରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୦,୪୭,୫୩୪ରେ ପହଞ୍ଚିଥିବା ବେଳେ ଏଯାଏଁ ୨,୫୬,୯୨,୩୪୨ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏତଦ୍ ବ୍ୟତିତ ୩,୨୯,୧୦୦ ଜଣଙ୍କ ଜୀବନ ନେଇଛି କରୋନା। ଦେଶରେ ଏବେ ୨୦,୨୬,୦୯୨ ଆକ୍ଟିଭ୍ କେସ୍ ରହିଛନ୍ତି।

ଭାରତରେ ଏବେ କରୋନା ରିକୋଭରୀ ରେଟ୍ ୯୧.୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍ ୯.୦୪ ପ୍ରତିଶତ ରହିଛି। ତେବେ ଟିକାକରଣ କଥା କହିବାକୁ ଗଲେ ଏଯାଏଁ ଦେଶରେ ସମୁଦାୟ ୨୧.୩ କୋଟି ଡୋଜ୍ ଦିଆଯାଇଛି।